Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆଇପିଏଲ୍‌ ମହାକୁମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍‌ ମହାସମର। ପ୍ରଥମ ଦିନରେ ଗୁଜୁରାଟ ଟାଇଟନ୍ସ ଓ ସୁପର୍‌ କିଙ୍ଗସ୍‌ ଭିତରେ ହେବ କଡା ଟକ୍କର। ମୋଟ ୧୦ଟି ଟିମ୍‌ ଭିତରେ ଚାଲିବ ମହା ମୁକାବିଲା। ଏହା ହେଉଛି ଆଇପିଏଲ୍‌ର ୧୬ତମ ସଂସ୍କରଣ। ୫୨ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଗ୍ଲାମରସ୍‌ ଇଭେଣ୍ଟ। ଦେଶର ୧୨ଟି ଷ୍ଟାଡିୟମରେ ମୋଟ ୭୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ବର୍ଷକରେ ଥରେ ଆୟୋଜିତ ହେଉଥିବା ଏହି ମହାସମରର ଭରପୂର ମଜା ନେବା ପାଇଁ ଚାହିଁ ରହିଛନ୍ତି ସମଗ୍ର ବିଶ୍ବର କ୍ରିକେଟପ୍ରେମୀ।

ଏହି ୧୦ଟିମ୍‌ରେ ସାମିଲ ଅଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍‌ ରାଇଡର୍ସ, ରାଜସ୍ଥାନ ରୟାଲସ୍‌, ଦିଲ୍ଲୀ କ୍ୟାପିଟାଲସ୍‌, ଲକ୍ଷ୍ନୌ ସୁପର ଜିଆଂଟସ, ଚେନ୍ନାଇ ସୁପର୍‌ କିଙ୍ଗସ୍‌, ସନରାଇଜର୍ସ ହ୍ରାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗ୍‌ସ ଓ ଗୁଜୁରାଟ ଟାଇଟାନ୍‌ସ। ମେ ୨୮ରେ ଆଇପିଏଲ୍‌ ଶେଷ ମ୍ୟାଚ୍‌ ଅନୁଷ୍ଠିତ ହେବ।

ତେବେ ଏଥର ଆଇପିଏଲ୍‌ରେ ସାମିଲ ହୋଇଛନ୍ତି ଓଡ଼ିଆ ଖେଳାଳି। ରାଜ୍ୟ ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି। ଶୁଭ୍ରାଂଶୁ ଚେନ୍ନାଇ ସୁପର୍‌କିଙ୍ଗସ ତରଫରୁ ଖେଳିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ