ବୀରମହାରାଜପୁର : ସୁବର୍ଣ୍ଣପୁର ବନଖଣ୍ଡ ଅଧୀନସ୍ଥ ବୀରମହାରାଜପୁର ବାନାଞ୍ଚଳ ଅନ୍ତର୍ଗତ ହତିଲିମୁଣ୍ଡା ସେକ୍ସନ ର ଗୌଡଗାଡ ସଂରକ୍ଷିତ ଜଙ୍ଗଲ ରେ ଠେଙ୍ଗୋ ଡ୍ୟାମ ପାର୍ଶ୍ଵ ରେ ବନ ବିଭାଗ ତରଫରୁ ନିର୍ମିତ ୱାଚ ଟାୱାର ଶୁକ୍ରବାର ଉଦଘାଟିତ ହୋଇଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ପାଇଁ ଏହି ୱାଚ ଟାୱାର କରାଯାଇଛି । ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ଙ୍କ ଅଧ୍ୟକ୍ଷତା ରେ ଭବାନୀପାଟଣା ସର୍କିଲ ର ଆର ସି ସି ଏଫ୍ ଅଶ୍ଵିନୀ କୁମାର କର ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉକ୍ତ ୱାଚ ଟାୱାର ର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସର ରେ ସେ ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ ବୋଲି କହିବା ସହ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ତଥା ସହକରୀ ବନ ସଂରକ୍ଷକ ଅବିନାଶ ବରିହା , ଉଲୁଣ୍ଡା ବାନାଞ୍ଚଳ ଅଧିକାରୀ ସଞ୍ଜୀବ କୁମାର ରାଉତ , ହାତଲିମୁଣ୍ଡା ବନପାଳ ଅଜୟ ବାରା , ବନରକ୍ଷକ ନିରଂଜନ ପଧାନ ଯୋଗଦେଇ ଥିଲେ l କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବାନାଞ୍ଚଳ ଓ ଉଲୁଣ୍ଡା ବାନାଞ୍ଚଳ ଅଧୀନସ୍ଥ ସମସ୍ତ ବନବିଭାଗ କର୍ମଚାରୀ ସହଯୋଗ କରିଥିଲେ l ବନ ବିଭାଗ ତରଫରୁ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଚାରି ମହଲା ବିଶିଷ୍ଟ ନିର୍ମିତ ଉକ୍ତ ୱାଚ ଟାୱାର ଟି ଠେଙ୍ଗୋ ଡ୍ୟାମ ର ଦୁର୍ଜନତୈଲା ପଞ୍ଚାୟତ କାର୍ଯ୍ୟାଳୟ ପଛ ପାଖରେ ଅଛି। ଏହା ହେବା ଦ୍ଵାରା ବନ ବିଭାଗ ବନ୍ୟା ଜନ୍ତୁ ଙ୍କ ଗତିପଥ ଜାଣିବା ସହିତ , ଠେଙ୍ଗୋ ଡ୍ୟାମ କୁ ଆସୁଥିବା ବିଦେଶୀ ପକ୍ଷୀ ଙ୍କ ଗଣନା , ହାତୀ ଙ୍କ ଗତିପଥ ବିଷୟରେ ତୀକ୍ଷ୍ଣ ନଜର ରଖିବାରେ ସହାୟକ ହେବାକୁ ଥିବା ପ୍ରକାଶ I
ବୀରମହାରାଜପୁର ବନ ବିଭାଗ ପକ୍ଷରୁ ୱାଚ୍ ଟାୱାର ଉଦଘାଟିତ ହେଲା ଠେଙ୍ଗୋ ଡ୍ୟାମ୍ ପାର୍ଶ୍ଵରେ
