Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଛରେ କାର ପିଟି ଗୁରୁତର ହେଲା ଯୁବକ

ବୀରମହାରାଜପୁର : ସୋନପୁର ସମ୍ବଲପୁର ମୁଖ୍ଯ ରାସ୍ତାର ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ପେଟ୍ରୋଲପମ୍ପ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଗଛରେ ପିଟି ହୋଉ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାକୁ ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଶନିବାର ରାତି ୯ ଘଣ୍ଟା ସମୟରେ ସମ୍ବଲପୁର ପଟରୁ ଏକ କାର ସୋନପୁର ପଟକୁ ଯାଉଥିବା ବେଳେ ମାଟୁପାଲି ପେଟ୍ରୋଲପମ୍ପ ନିକଟରେ ଏକ ଗଛରେ ପିଟି ହୋଉ ଦୁର୍ଘଟଣାଗ୍ରସ୍ତ ହୋଇଅଛି । ତେବେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି ପ୍ରଥମେ ଉଲୁଣ୍ଡା ଡାକ୍ତରଖାନା କୁ ନିଆଯାଇଥିବା ବେଳେ ଯୁବକ ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଅନ୍ଯପଟେ ଯୁବକ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡିଟି ସତ୍ଯ ନାରାୟଣ ପାଣିଗ୍ରାହୀ ନା ରେ ଥିବା ଜଣାପଡିଛି।