Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜାମଗାଁ ଗ୍ରାମରେ ଚାଷୀଙ୍କ ମହା ପଞ୍ଚାୟତ ସମାବେଶ

ଝାରସୁଗୁଡା ୧୨/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଶନିବାର ଲଖନପୁର ବ୍ଲକର ଚାଷୀ ମାନଙ୍କୁ ନେଇ ଏକ ମହା ପଞ୍ଚାୟତ ସମାବେଶ ହୋଇଥିଲା । ଏଥିରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ମୟ ସମିତି ଲଖନପୁର ବ୍ଲକ ଶାଖାର ସଭାପତି ପଞ୍ଚାନନ ପଧାନ ସଭାପତିତ୍ୱ କରିଥିବା ବେଳେ ମହେନ୍ଦ୍ର କୁମାର ସାଏ ମଞ୍ଚ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେହିପରି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ମୟ ସମିତି ଆବାହକ ଲିଙ୍ଗରାଜ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଧାନ ଚାଷୀ ମାନଙ୍କ ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଯେଉଁଭଳି ଛତିଶଗଡ଼ ସରକାର ସେଠାକାର ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର କୃଷି ସହାୟତା ଯୋଗାଇ ଦେଉଛନ୍ତି । ଆମ ଓଡ଼ିଶାରେ ମଧ୍ୟ ସେଭଳି ନିୟମ ପ୍ରଣୟନ କରାଯାଉ ବୋଲି ସେ ଯୁକ୍ତି ଉପସ୍ଥାପନା କରିଥିଲେ ।
ଏହା ସହିତ ରୋଗପୋକ ଦ୍ୱାରା ନଷ୍ଟ ହେଉଥିବା ଧାନ ଫସଲର ଇନପୁଟ ସବସିଡି ସହ କ୍ଷୟକ୍ଷତି ଆକଳନ କରି ଫସଲ ବୀମା ପ୍ରଦାନ, ସମସ୍ତ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା, ଲଖନପୁର ବ୍ଲକ ର ସମସ୍ତ ଚାଷଜମିରେ ଜଳସେଚନ ବ୍ୟବସ୍ଥା କରିବା, ଚାଷୀଙ୍କ ବକେୟା ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ କରିବା ସହିତ ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଯୋଗାଇ ଦେବା ,ଟୋକନ ବ୍ୟବସ୍ଥା ଉଛେଦ କରିବା, ଧାନ ବିକ୍ରି ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ସହ ୧୦୦୦ ଟଙ୍କା ବୋନସ ଦେବା,ଶୀତଳ ଭଣ୍ଡାର ନିର୍ମାଣ ଆଦି ବିଭିନ୍ନ ପ୍ରକାର ଦାବି ଗୁଡ଼ିକୁ ରାଜ୍ୟ ସରକାର ଯଥାଶୀଘ୍ର ପୂରଣ କରନ୍ତୁ । ନଚେତ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଉପସ୍ଥିତ ଚାଷୀମାନେ ମତପ୍ରକାଶ କରିଥିଲେ ।
ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ପୂର୍ବତନ ସମ୍ପାଦକ ଶିବ ପ୍ରସାଦ ପଧାନ, ଝାରସୁଗୁଡା ଜିଲ୍ଲା କୃଷକ ସଙ୍ଗଠନ ସଭାପତି ଦିଲ୍ଲୀପ ବଢ଼େଇ, ଜିଲ୍ଲା ଚାଷୀ ସଂଗଠକ ସୁରେଶ ତ୍ରିପାଠୀ,ଚାଷୀ ନେତା ହର ବନିଆଁ, ସୁଶୀଲ ପଧାନ, ଲକ୍ଷ୍ମଣ ସାହୁ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ରଘୁନନ୍ଦନ ପଣ୍ଡା,ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, କତରବଗା ସରପଞ୍ଚ ସୁମିତ୍ରା ଖମାରୀ,ମଚିଦା ସରପଞ୍ଚ ସଂଯୁକ୍ତା ବେହେରା,ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ପଲସଦା ସରପଞ୍ଚ ତନୟା ଚାନ୍ଦ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ,ସୁନାରୀ ପ୍ୟାକ୍ସର ସଭାପତି ଗୌତମ ପଧାନ, ଭିକମପାଲି ପ୍ୟାକ୍ସ ସଭାପତି ଦେବଦତ୍ତ ନାଥ, ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର, ଜାମଗାଁ କୃଷକ ସଙ୍ଗଠନ ସଂପାଦକ ହିମାଂଶୁ ଭୂଷଣ ପଧାନ, ବରିଷ୍ଠ ଚାଷୀ ଜଗବନ୍ଧୁ ସା,ଚାଷୀ ନେତା ବିଜୟ ଦାସ ଅଂଶଗ୍ରହଣ କରି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଚାଷୀ ମାନଙ୍କ ଏହିସବୁ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ପର୍ଯ୍ୟାଲୋଚନା ପରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୁଡିକୁ ଅନୁମୋଦନ କରା ଯାଇଥିବା ସଭାପତି ଶ୍ରୀ ପଧାନ ସୂଚନା ଦେଇଛନ୍ତି । ଶେଷରେ ବ୍ଲକ କୃଷକ ସଙ୍ଗଠନ ସମନ୍ମୟ ସମିତି ଆବାହକ ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜାମଗାଁ ସମେତ ସମସ୍ତ ଗ୍ରାମ ପଞ୍ଚାୟତର ଚାଷୀ ମାନେ ସହଯୋଗ କରିଥିଲେ ।

More Stories