Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋରଓ୍ଵେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ, ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

ସୋନପୁର: ଦୀର୍ଘ ୫ ଘଣ୍ଟାର ଅକ୍ଳାନ୍ତ ଅପରେସନ ପରେ ସମାନ୍ତରାଳ ଭାବେ ଗାତ ଖୋଳି ବୋରଲଓ୍ଵେଲରୁ ଉଦ୍ଧାର କରାଯାଇଥିବା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମେଡିକାଲ୍ ଆସିବା ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତ ଏହାର ସୂଚନା ଦେଇଛନ୍ତି। ବରଓ୍ଵେଲରୁ ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ୍ ନିଆଯାଇଥିଲା। ବୃଦ୍ଧା ଜଣକ ହେଲେ ଦୁଖି ନେଗୀ(୮୯)।

ସୂଚନାଯୋଗ୍ୟ, ସୋନପୁର ଜିଲ୍ଲା ସଦର ବ୍ଲକ୍ କଇଁଫୁଲ ଗାଁର ଜଣେ ବୃଦ୍ଧା ଅସାବଧାନତା ବଶତଃ ଗତକାଲି ରାତିରେ ବୋରଓ୍ୱେଲ୍ ଭିତରକୁ ଖସିପଡିଥିଲେ। ଏହା ଜଣା ପଡିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଏହାପରେ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ପରେ ଏସଆରସିଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧରୁ ଓଡ୍ରାଫ୍ ଟିମ୍ ଯାଇ ପହଞ୍ଚିଥିଲା । ମୁଣ୍ଡଳିରୁ ଘଊଜୠ ଟିମ୍ ମଧ୍ୟ ବାହାରିସାରିଥିଲା । ଦୀର୍ଘ ୫ ଘଣ୍ଟାର ଅପରେସନ୍ ପରେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍‌ର ମିଳିତ ଉଦ୍ୟମରେ ୨୦ଫୁଟ ଗଭୀର ବୋରଓ୍ବେଲରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ