Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୨.୦.ର ହିତାଧିକାରୀ ଙ୍କୁ ଗ୍ୟାସ ସିଲିଣ୍ଡର ବଣ୍ଟନ।

ଗୋପାଳପୁର,୧୪/୧୧ ଗୋଳନ୍ଥରା ସ୍ଥିତ ଇଣ୍ଡିଆନ ଗ୍ରାମୀଣ ବିତରକ ଡିଷ୍ଟ୍ରିବ୍ୟୁଟର ତରଫରୁ କୋଳଥିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୨.୦ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଇଣ୍ଡିଆନ୍ ଅୟେଲ କର୍ପୋରେସନ ର ଜିଲ୍ଲା ଅଧିକାରିଣୀ ଅଙ୍କିତା ଚାଙ୍ଗମୟି ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା,ଶକ୍ତି ଇଣ୍ଡିଆନ୍ ଗ୍ରାମୀଣ ବିତରକ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ର ମୁଖ୍ୟ ଦୀପକ କୁମାର ଜେନା, ସମିତି ସଭ୍ଯା ପ୍ରତିନିଧି କାଳିଆ ବେହେରା ପ୍ରମୁଖ ଯୋଗଦେଇ ଉଜ୍ଜଳା ଯୋଜନା ହିତାଧିକାରୀ ମାନଙ୍କୁ ମାଗଣା ଗ୍ୟାସ୍ ବଣ୍ଟନ କରିଥିଲେ. ପ୍ରଥମ ପର୍ଯ୍ୟାୟରେ ମୋଟ ୧୭ ଜଣ ଗରିବ ହିତାଧିକାରୀ ଙ୍କୁ ମାଗଣା ଗ୍ୟାସ୍ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ଯରେ ଉଜ୍ଜଳା ଦିଦି ଟୁନି ପାତ୍ର ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ଇଣ୍ଡିଆନ୍ ଅୟେଲ ଏସ୍.ଡି.ପି ମିଟିକା ଗୌଡ ହିତାଧିକାରୀ ମାନଙ୍କୁ ଗ୍ୟାସ୍ ର ସଠିକ୍ ଏବଂ ସୁରକ୍ଷିତ ବ୍ୟବହାର ସଂମ୍ପର୍କରେ ମା ମାନଙ୍କୁ ସଚେତନ କରାଇଥିଲେ।ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଜରିଆରେ ଗ୍ୟାସ୍ ସିଲିଣ୍ଡର, ଖାତା, ଚୁଲି,ରେଗୁଲେଟର, ସବୁ କିଛି ମାଗଣା ପାଇଥିବାରୁ ସମସ୍ତ ହିତାଧିକାରୀ ଖୁସି ବ୍ୟକ୍ତ କରିବା ସହ ମାନନୀୟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories