Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡା ୧୫/୧୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ପୁଲିସ ମଙ୍ଗଳବାର କନ୍ଦଡ଼ିହି ଗ୍ରାମ୍ୟ ଜଙ୍ଗଲରୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଉଛନ୍ତି କତରବଗା ଗ୍ରାମ ପଞ୍ଚାୟତ ବାସେନପାଲି (କ) ଗ୍ରାମର ଶ୍ରୀପତି ସାଙ୍କ ପୁଅ କ୍ଷମାସାଗର (ଜଗନ୍ନାଥ) ସା (୩୨) ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳ ପ୍ରାୟ ୫.୩୦ଟା ସମୟରେ କ୍ଷମାସାଗର(ଜଗନ୍ନାଥ) ଘରୁ ବାହାରି ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିବା ବେଳେ ଗାଁର ଲୋକ ଦେଖିଥିଲେ । କିନ୍ତୁ ସେ ଶୌଚ ପାଇଁ ଯାଉଥିବା ଭାବି କେହିକିଛି କହି ନଥିବା ପ୍ରକାଶ କରିଛନ୍ତି । ହେଲେ ସକାଳ ପ୍ରାୟ ୯ ଟା ସମୟରେ କନ୍ଦଡ଼ିହି ଗ୍ରାମ୍ୟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା କାଠୁରିଆ ମାନେ ଏକ କେକଟ ଗଛ ଡାଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଦେଖି ଭୟଭୀତ ହୋଇ ସେ ସ୍ଥାନରୁ ଫେରିଆସି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଏହା ପରେ ସେମାନେ ଯାଇ ଦେଖିଲା ବେଳକୁ ବାସେନପାଲି(କ) ଗ୍ରାମର କ୍ଷମାସାଗର ବୋଲି ଚିହ୍ନଟ କରିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ରେଙ୍ଗାଲି ପୁଲିସଙ୍କୁ ମଧ୍ୟ ସୂଚନା ଦେଇଥିଲେ । ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରା ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ଜବତ କରିବା ସହ ପଂଚନାମା କରି ବିଭିନ୍ନ ଦିଗରେ ତଦନ୍ତ କରିଥିଲେ । ମୃତ କ୍ଷମାସାଗରଙ୍କ କାକାଙ୍କ ପୁଅ ସୁଶାନ୍ତ ସା ଙ୍କ ଲିଖିତ ଅଭିଯୋଗ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ରେଙ୍ଗାଲି ଥାନାଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ