Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃହତ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ ନିମନ୍ତେ ସ୍ଥାନ ପରିଦର୍ଶନ

ଝାରସୁଗୁଡା ୧୫/୧୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମ ପଞ୍ଚାୟତର ଜାମଗାଁ , ଭିଖମପାଲି ପଞ୍ଚାୟତର ପୂଝାରୀପାଲି ଏବଂ ଭଅଁରଖୋଲ ଗ୍ରାମପଞ୍ଚାୟତର ଠେବରା ଗ୍ରାମର ସମସ୍ତ ଚାଷଜମିକୁ ଜଳ ସେଚିତ କରିବା ନିମନ୍ତେ ହୀରାକୁଦ ଜଳଭଣ୍ଡାରରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଆଜି ସ୍ଥାନ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟିକା ଅଳକା ମହାନ୍ତି,ବୁର୍ଲା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା, ହୀରାକୁଦବନ୍ଧର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବୁର୍ଲା ସୁଧୀର କୁମାର ସାହୁ,ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ହିତେଶ ଅଗ୍ରୱାଲ, ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ବରୀ ତିହିରିଆ,ଜିଲ୍ଲା ପରିଷଦ ସଦସ୍ୟ ସନତ ସିଂହ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ଅତାବିରା ସରପଞ୍ଚ ପଧାନ,ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ନରେନ୍ଦ୍ର ତିହିରିଆ, ହିମାଂଶୁ ଭୂଷଣ ପଧାନ,ଫକିର ପଧାନ, ମନୋଜ ବାରିକ, ରମେଶ ବାରିକ ପ୍ରମୁଖ ପ୍ରକଳ୍ପ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିଥିଲେ l ପ୍ରକାଶ ଥାଉ କି କିଛି ଦିନ ତଳେ ବିଧାୟିକା ଉପରୋକ୍ତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ପୂର୍ବରୁ ସ୍ବର୍ଗତ କିଶୋର ମହାନ୍ତି ମଧ୍ୟ ଏହି ସବୁ ପ୍ରକଳ୍ପ ପାଇଁ ପ୍ରଚେଷ୍ଟା କରିଥିଲେ l