Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାତୁପାଲି ଛକ ରେ ଗିରୀଗୋବର୍ଦ୍ଧନ ପୂଜା ଉଦଯାପିତ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ବସନ୍ତପୁର ପଞ୍ଚାୟତ ସାତୁପାଲି ଛକରେ ପ୍ରତିବର୍ଷଭଳି ଗିରିଗୋବର୍ଦ୍ଧନ ପୂଜା ଉତ୍ସାହ ଉଦ୍ଧିପନା ସହ ପାଳିତ ହୋଇଯାଇଛି।ଏହି ଅବସରରେ ସୁନ୍ଦର ଆଲୋକ ସଜ୍ଜିତ ମଣ୍ଡପରେ ଗୋବର୍ଦ୍ଧନ ମହାପ୍ରଭୁଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ରୀତିନୀତିରେ କଳସ ଯାତ୍ରା ,ପୂଜା,ହବନ ଅନୁଷ୍ଠିତ ହୋଇଥିବାବେଳେ,ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ପୁରନ୍ଦର ପାଣିଗ୍ରାହୀ ପରିଚାଳନା କରିଥିଲେ।ସାତୁପାଲି ଗ୍ରାମର ଗଉନ୍ତିଆ ତଥା କୃଷକ ନେତା ଉମେଶ ମିଶ୍ର ସପତ୍ନୀକ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ।ଭଜନ,କୀର୍ତ୍ତନ,ମେଲୋଡି,ଭଳି ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ,ଶହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପ୍ରଧାନଙ୍କ ତତ୍ୱବାଧାନରେ ପୋଲିସ ମୁତୟନ ଥିଲେ। ସମସ୍ତ ଦର୍ଶକ ତଥା ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ତା ହୋଇଥିଲା।ଅଞ୍ଚଳର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ।