Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂମିହୀନ ମାନଙ୍କୁ ଜମିପଟ୍ଟା ପାଇଁ ତହସିଲ କାର୍ଯ୍ୟାଳୟରେ ଭୂମିହୀନଙ୍କ ଭିଡ଼

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଳାମାଟି କଳପଡା,ମିଲପଡା,ଲଡୁଖାଇ,ହରଜନପଡା,ଅନେକ ଲୋକ ଭୂମିହୀନ ଥିବାବେଳେ,ଆବାସ ଯୋଜନାରୁ ବଞ୍ଚିତ ରହୁଛନ୍ତି।ପୂର୍ବତନ ସରପଞ୍ଚ ଶ୍ରୀହରି ନାଗଙ୍କ ନେତୃତ୍ୱରେ ଶତାଧିକ ଭୂମିହୀନ ଲୋକ ଯାଇ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରସାଶନକୁ ଦେଇଥିବାବେଳେ,ତହସିଲ କାର୍ଯ୍ୟାଳୟ ପକ୍ଷ୍ୟରୁ ଭୂମିହୀନ ମାନଙ୍କ ପାଖକୁ ନୋଟିସ ଆସିଥିଲା।ଗତକାଲି ନୋଟିସ ପାଇଥିବା ଶତାଧିକ ଲୋକ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ।ଏନେଇ ତହସିଲଦାର ସମସ୍ତଙ୍କୁ ପଚାରି ବୁଝି ଘଟଣାର ତର୍ଜମା କରିଥିବା ଜଣାପଡ଼ିଛି।ପରେ ଏନେଇ ଉଚିତ ହିତାଧିକାରୀଙ୍କୁ ଜମିପଟ୍ଟା ଦିଆଯିବ ବୋଲି ଜଣାପଡିଛି।ପୂର୍ବତନ ସରପଞ୍ଚ ଶ୍ରୀହରି ନାଗଙ୍କ ନେତୃତ୍ୱରେ ୱାର୍ଡସଭ୍ୟା ସୁନିତା ନାଏକଙ୍କ ସମେତ ଶତାଧିକ ଭୂମିହୀନ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ