Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ବାପା ପୁଅ ଗିରଫ, ଦେଶୀ ବନ୍ଧୁକ ଜବତ

ଗୋପାଳପୁର,୧୫/୧୧
ଗୋଳନ୍ଥରା ଥାନା ଅନ୍ତର୍ଗତ ଆମ୍ବପୁର ଗାଁରେ ଦେଶୀ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ବାପା ପୁଅ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି l ଗିରଫ ଦୁଇ ଜଣ ହେଲେ ଆମ୍ବପୁରର ଜେ. ଦଣ୍ଡପାଣି ଓ ପୁଅ ଜେ. ରାମହରୀ ବୋଲି ପୁଲିସ ସୂଚନା ଦେଇଛି l ସୂଚନା ଅନୁଯାଇ, ଦଣ୍ଡପାଣି ଓ ରାମହରୀ ଆମ୍ବପୁର ଇନ୍ଦିରା ଆବାସ କଲୋନୀ ସନ୍ନିକଟ ଅଞ୍ଚଳରେ ଥିବା ଏକ ସରକାରୀ ଜାଗାରେ ଘର ତିଆରି କରି ଦଶ ବର୍ଷ ହେଲେ ରହି ଆସୁଥିବା ବେଳେ ଘୁଷୁରୀ ପାଳନ କରି ରହୁଥିଲେ l ଅନେକ ସମୟରେ ଗାଁରେ ଘୁଷୁରୀ ଛାଡି ଦେଉଥିବା ଯୋଗୁଁ ବିବାଦ ଉପୁଜିବା ସହ ଗାଁରେ ଆବର୍ଜନା ସୃଷ୍ଟି ହୋଇ ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିଲା l ଗ୍ରାମବାସୀ ଏଥିରେ ଅତିଷ୍ଠ ହୋଇ ସେମାନଙ୍କୁ ତାଗିଦ କରିଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ମଙ୍ଗଳବାର ସନ୍ଧ୍ୟାରେ ଦଣ୍ଡପାଣି ଓ ରାମହରୀ ଉତକ୍ଷିପ୍ତ ହୋଇ କିଛି ଅସାମାଜିକ ଯୁବକଙ୍କୁ ସାଙ୍ଗ ରେ ଧରି ଦେଶୀ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରିବା ସହ ଗାଁରେ ଆତଙ୍କ ସୃଷ୍ଟି କରିଥିଲେ l ଏ ନେଇ ଶତାଧିକ ଗ୍ରାମବାସୀ ଗୋଳନ୍ଥରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏତଲାକୁ ଭିତ୍ତିକରି ଥାନା କେଶ ନଂ ୫୮୦/୨୩ରେ ଏକ ମାମଲା ରୁଜୁ କରିବା ସହ ଦଣ୍ଡପାଣି ଓ ରାମହରୀକୁ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ତଦନ୍ତ ଅଧିକାରୀ ଜ୍ଞାନ ରଞ୍ଜନ ସାହୁ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories