Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ଅନୁଷ୍ଠାନ ରେ କ୍ଲାଉଡ଼ କମ୍ପ୍ୟୁଟିଂ ଉପରେ ଆୟୋଜିତ ଦୁଇଦିନିଆ କର୍ମଶାଳା ଉଦଯାପିତ

ଗୋପାଳପୁର ,୧୫/୧୧
ପାଲୁର ହିଲ୍ ଠାରେ ଥିବା ନିଷ୍ଟ୍ ଅନୁଷ୍ଠାନର କ୍ୟାମ୍ପସ୍ ପରିସରରେ ଆୟୋଜିତ ଦୁଇଦିନିଆ କ୍ଲାଉଡ଼ କମ୍ପ୍ୟୁଟିଂ କର୍ମଶାଳା ଉଦଯାପିତ ହୋଇଯାଇଛି l ଏହି କର୍ମଶାଳା ରେ ଅନୁଷ୍ଠାନ ର ୨୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏହି କର୍ମଶାଳା କୁ ଭାରପ୍ରାପ୍ତ ଅଧକ୍ଷ ଡ଼ ବିଷ୍ଣୁକର ନାୟକ ଉଦଘାଟନ କରିଥିଲେ l କ୍ଲାଉଡ଼ କମ୍ପ୍ୟୁଟିଂ କ୍ଲବ ର ଉପଦେଷ୍ଟା ପ୍ରଫେସର ଆଶିଷ କୁମାର ଦାଶ, ଡିନ୍ ଅଫ୍ ମ୍ୟାନେଜମେଣ୍ଟ ଡ. ସବ୍ୟସାଚୀ ରଥ, କଂପୁଟର ବିଭାଗ ର ବିଭାଗୀୟ ମୁଖ୍ୟ ଡ. ବ୍ରଜ କିଶୋର ମିଶ୍ର, ଗବେଷଣା ଓ ବିକାଶ ବିଭାଗ ମୁଖ୍ୟ ଡ. ସଂଦୀପନ ମଲିକ, ଡ. ସୁଧୀର ରଞ୍ଜନ ପଟ୍ଟନାୟକ ଉପସ୍ଥିତି ରେ ଶିବିରର ଶୁଭାରମ୍ଭ ହୋଇଥିଲା l ଏହି କର୍ମଶାଳାରେ ଶିଳ୍ପ ବିଶେଷଜ୍ଞ ଶ ଦେବର୍ଷି ମଣ୍ଡଳ ଏବଂ ByteIQ ଆନାଲିଟିକ୍ସରେ କ୍ଲାଉଡ୍ ଡାଟା ଇଞ୍ଜିନିୟର ଶୁଭ ପ୍ରସାଦ ମହାନ୍ତି ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗଦେଇଥିଲେ l PwCରେ ଆସୋସିଏଟ୍ ଡେଭଲପର ରାଜଲକ୍ଷ୍ମୀ ହୋତା ମଧ୍ୟ କର୍ମଶାଳାର ସୁରୁଖୁରୁରେ ପରିଚାଳନାରେ ମାର୍ଗଦର୍ଶନ ଓ ବିଶେଷଜ୍ଞତା ପ୍ରଦାନ କରି ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଅତିଥି ମାନେ ସେମାନଙ୍କର ମୂଲ୍ୟବାନ ଅନୁଭୂତି ବାଣ୍ଟିଥିଲେ ଏବଂ କ୍ଲାଉଡ କମ୍ପ୍ୟୁଟିଂର ଭବିଷ୍ୟତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କର୍ମଶାଳା ରେ ଛାତ୍ରଛାତ୍ରୀ ମାନେ ଆଲୋଚନା ଏବଂ ବ୍ୟବହାରିକ ଅଧିବେଶନ ମାଧ୍ୟମରେ କ୍ଲାଉଡ ଟେକ୍ନୋଲୋଜି ବିଷୟରେ ସେମାନଙ୍କ ଜ୍ଞାନକୁ ଗଭୀର କରିବାର ସୁଯୋଗ ପାଇଥିଲେ। ନିଷ୍ଟ କ୍ଲାଉଡ଼ କମ୍ପ୍ୟୁଟିଂ କ୍ଲବର ସହ-ଉପଦେଷ୍ଟା ପ୍ର. ଅମରେଶ ମହାନ୍ତି, ପ୍ର. ଆଶୁତୋଷ ପରିଡ଼ା, ପ୍ର ମିଟୁ ବରାଳ, ପ୍ର ସ୍ଵାତିକାନ୍ତ ମିଶ୍ର, ଡ଼. ରବୀନ୍ଦ୍ର ଶିଆଳ ଓ ଡ଼. ମଞ୍ଜୁଶ୍ରୀ ନାୟକଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ସେମାନଙ୍କ ବିଚାର ଓ ଦକ୍ଷତାର ପରିଚୟ ଦେଇ କର୍ମଶାଳାର ସାମଗ୍ରିକ ସଫଳତାରେ ସହଯୋଗ କରିଥିଲେ। ଏଭଳି ପଦକ୍ଷେପ ପରବର୍ତ୍ତୀ ପିଢ଼ିର କ୍ଲାଉଡ କମ୍ପ୍ୟୁଟିଂ ପ୍ରଫେସନାଲମାନଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ପ୍ରୟୁକ୍ତିବିଦ୍ୟାର ଗତିଶୀଳ କ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ସହିତ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଉଦଯାପନୀ ଦିବସ ରେ ନିଷ୍ଟ କ୍ଲାଉଡ଼ କମ୍ପ୍ୟୁଟିଂ କ୍ଲବର ଉପଦେଷ୍ଟା କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories