Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଦେବଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ସାମ୍ବାଦିକ ସଙ୍ଘର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୃତ୍ରିମ ବୁଦ୍ଧିମତା ଯୁଗର ଗଣମାଧ୍ୟମ ଶିର୍ଷକ ଉପରେ ଆଲୋଚନା କରାଯାଇଥିଲା । ସାମ୍ବାଦିକ ସିଦ୍ଧାର୍ଥ ଗୁରୁଙ୍କ ସଭାପତିତ୍ୱରେ ବସନ୍ତ ନିବାସ ଡାକବଙ୍ଗଳାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରକ୍ଷୀତ ସାହୁ, ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ଅତିଥି ଭାବେ ଯୋଗଦେଇ ନିରପେକ୍ଷ ଖବର ପ୍ରସାରଣ କରିବାକୁ ପରାମର୍ଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ଚିତରଞ୍ଜନ ପ୍ରଧାନ, ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ, ଜିଲ୍ଲା ଭାଜପା ସଭାପତି ଅରୁଣ ସାହୁ, ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ, କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତିଯୋଗିତା ମୂଳକ ଗଣମାଧ୍ୟମରେ ସଠିକ ଖବର ଲୋକଙ୍କ ପାଖରେ ପହଂଚାଇବାର ପ୍ରୟାସ କରିବାକୁ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ମିତ୍ରଭାନୁ ମହାପାତ୍ର, ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଏସୟୁଜେ ରାଜ୍ୟ ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ସମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଏବଂ ସାମ୍ବାଦିକ ଭତା ଲାଗୁ କରିବାକୁ ଦାବି ଜଣାଇଥିଲେ । ସାମ୍ବାଦିକ ବ୍ରିଜେଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇଥିବା ଦେବଗଡ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟ ବିମୀ କାର୍ଡ ପ୍ରଦାନ କରାଯାଇଥିଲା । ବାରକୋଟ ଏବଂ ରିଆମାଳ ବ୍ଲକ ସମେତ ଜିଲ୍ଲାର ସମସ୍ତ ସାମ୍ବାଦିକ ଏଥିରେ ସାମିଲ ହୋଇଥିଲେ ।