Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ସମ୍ଭାଳିବ ସାହାରା ସାମ୍ରାଜ୍ୟ, କଣ ହେବ ଜମା ପୁଞ୍ଜି; ଜାଣନ୍ତୁ ବର୍ତ୍ତମାନର ସ୍ଥିତି କଣ ରହିଛି

ନୂଆଦିଲ୍ଲୀ: ଗତ ମଙ୍ଗଳବାର ସାହାରା ଗ୍ରୁପର ସଂସ୍ଥାପକ ସୁବ୍ରତ ରାୟଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ସୁବ୍ରତଙ୍କ ନିଧନ ପରେ ସାହାରା ଗ୍ରୁପ ଓ ଏହାର ନିବେଶକଙ୍କ ଫସିଥିବା ଅର୍ଥକୁ ନେଇ ସସପେନ୍ସ ଜାରି ରହିଛି। ଅଦ୍ୟାବଧି ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସୁବ୍ରତଙ୍କ ପରେ ତାଙ୍କ କମ୍ପାନୀର ଦାୟିତ୍ଵଭାର କିଏ ସମ୍ଭାଳିବ। ସୁବ୍ରତ ରାୟଙ୍କ ଅନ୍ତିମ ସଂସ୍କାରରେ ପୁଅ ସୁଶାନ୍ତ ଓ ସୀମାନ୍ତୋ ଅନୁପସ୍ଥିତି ରହିବ ଏହି ପ୍ରଶ୍ନ ଏବେ ଉଠିବାରେ ଲାଗିଛି।
ଅନେକଙ୍କ ମତରେ ସୁବ୍ରତଙ୍କ କାରବାର ଏବେ ପତ୍ନୀ ସ୍ଵପ୍ନା ରାୟ ସମ୍ଭାଳି ପାରନ୍ତି। ନଚେତ୍ ସାହାରା ପରିବାରର ଭରସଯୋଗ୍ୟ ଲୋକଙ୍କୁ ଦାୟିତ୍ଵ ଦିଆଯାଇପାରେ। ଏହା ମଧ୍ୟ କୁହାଯାଉଛି ସୁବ୍ରତ ରାୟଙ୍କ ଘନିଷ୍ଠ ଓପି ଶ୍ରୀବାସ୍ତବ କିମ୍ବା ସୁବ୍ରତଙ୍କ ଭାଇ ଜେବି ରାୟ ଏହି ଗ୍ରୁପକୁ ଆଗକୁ ନେବା ପାଇଁ କୌଣସି ବଡ଼ ଭୂମିକା ଗ୍ରହଣ କରି ପାରନ୍ତି।

ଜାରି ରହିବ ସାହାରା ସଂପର୍କିତ ମାମଲା

ସେବିର ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ କହିଛନ୍ତି, ସାହାରା ସଂସ୍ଥାପକ ସୁବ୍ରତ ରାୟଙ୍କ ନିଧନ ପରେ ବି ପୁଞ୍ଜି ବଜାର ନିୟାମକ ଗ୍ରୁପ ବିରୋଧରେ ମାମଲା ଜାରି ରଖିବ। ସେ କହିଛନ୍ତି ସେବି ପାଇଁ ଏହି ମାମଲା ସମ୍ବେଦନଶୀଳ। ତେଣୁ କୌଣସି ଜୀବିତ ଥାଆନ୍ତୁ କି ନ ଥାଆନ୍ତୁ ମାମଲା ଜାରି ରହିବ। ରିଫଣ୍ଡ ବହୁତ କମ ହୋଇଥିବା ଉପରେ ବୁଚ୍ କହିଛନ୍ତି, ନିବେଶକଙ୍କ ଦ୍ଵାରା କରାଯାଇଥିବା ଦାବି ଓ ପ୍ରମାଣ ଆଧାରରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ କମିଟି ଜରିଆରେ ଅର୍ଥ ନିବେଶକଙ୍କୁ ଫେରା ଯାଉଛି।

କେତେ ଟଙ୍କା ଫସିଛି

ନିବେଶକଙ୍କୁ ମାତ୍ର ୧୩୮ କୋଟି ଟଙ୍କା ରିଫଣ୍ଡ କରାଯାଇଛି। କିନ୍ତୁ ସାହାରା ଗ୍ରୁପକୁ ନିବେଶକଙ୍କ ରିଫଣ୍ଡ ପାଇଁ ସେବି ନିକଟରେ ୨୪ ହଜାର କୋଟିରୁ ଅଧିକ ଟଙ୍କା ଜମା କରିବା ପାଇଁ କୁହାଯାଇଥିଲା। ତେବେ ସାହାରା ଗ୍ରୁପର କହିବା କଥା କମ୍ପାନୀ ୯୫ ପ୍ରତିଶତରୁ ଅଧିକ ନିବେଶକଙ୍କୁ ପ୍ରତ୍ୟକ୍ଷ ଭାବେ ରିଫଣ୍ଡ ପୈଠ କରି ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ