Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିଲା ଏଲ୍‌ପିଜି ଦର

ଭୁବନେଶ୍ୱର: କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଏଲ୍‌ପିଜି ଦର ଲଗାତାର ବୃଦ୍ଧି ହୋଇଆସୁଥିଲା। ୨୦୨୪ ଆର୍ଥିକ ବର୍ଷର ପ୍ରଥମ ଦିନରେ କମିଛି ଏଲପିଜି ଗ୍ୟାସ ଦର। କମର୍ସିଆଲ ସିଲିଣ୍ଡରର ଦର ୯୧.୫୦ ଟଙ୍କା ହ୍ରାସ ପାଇଛି। ହେଲେ ଘରୋଇ ଏଲପିଜି ଗ୍ୟାସ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ସୂଚନା ଅନୁଯାୟୀ,  ୧୯ କେଜି ଗ୍ୟାସ ସିଲିଣ୍ଡର ପିଛା ଦାମ୍‌ ୯୧.୫୦ ଟଙ୍କା କମିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର କମର୍ସିଆଲ୍ ଏବଂ ଘରୋଇ ଗ୍ୟାସର ମୂଲ୍ୟ ୩୫୦ ଟଙ୍କା ବଢାଇଥିଲେ । ଯାହା ପରେ ବର୍ତ୍ତମାନ କମର୍ସିଆଲ୍ ଗ୍ୟାସର ଦର ୯୧.୫୦ ଟଙ୍କା ହ୍ରାସ କରାଯାଇଛି ।

ସେହିପରି ୧୯ କିଲୋ କମର୍ସିଆଲ ସିଲିଣ୍ଡରର ଦାମ ୩୫୦. ୫୦ ଟଙ୍କା ବଢିଥିଲା । ଦରବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦର ୨,୧୧୯.୫୦ ଟଙ୍କା ରହିଥିବା ବେଳେ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍‌  ୧,୧୦୩ ଟଙ୍କା ରହିଛି ।

ଘରୋଇ ଏଲପିଜି ଦରରେ କୌଣସି ପରିବର୍ତ୍ତନ ଆସି ନ ଥିବା ଜଣାଯାଇଛି । ଗତ ମାସରେ ଘରୋଇ ଏଲପିଜି ସିଲିଣ୍ତର ମୂଲ୍ୟ ୫୦ ଟଙ୍କା ବଢାଯାଇଥିଲା ।