Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ମୋ ପରିବାର ପକ୍ଷରୁ ରେଗଡ଼ାରେ ରକ୍ତଦାନ ଶିବିର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ଆଦର୍ଶ ବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ଉପ ସଭାପତି ସାରଦା ପ୍ରସନ୍ନ ସ୍ୱାଇଁ , ପୂର୍ବତନ ବିଧାୟକ ଧନେଶ୍ଵର ମାଝୀ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଗଜବାହଲ ପଂଚାୟତ ପୂର୍ବତନ ସରପଞ୍ଚ ପୂଜା ସାହୁ , ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଜ୍ଞା ଦୀପ୍ତ ରଥ,ଗ୍ରାମ ପଞ୍ଚାୟତ ଅଧିକାରୀ ବସନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାନ ର ମହତ୍ୱ ବିଷୟରେ ବୁଝାଇଥିଲେ। ଏଥିରେ ୫୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି ।କାର୍ଯ୍ୟକ୍ରମ ଟି ରେଗଡା ସରପଞ୍ଚ ଦୀପ୍ତିରାଣୀ ସାହୁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଭୋଇରମୁଣ୍ଡା ଗଜାନନ ଯୁବକ ସଂଘ,ରେଗଡା ରାଏ ଗଡେନ ସ୍ପୋର୍ଟ କ୍ଳବ ର ସଦସ୍ୟମାନେ ରକ୍ତଦେଇ ସହଯୋଗ କରିଥିଲେ।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ