ଗୋପାଳପୁର୧୮/୧୧ ଗୋପାଳପୁର ଏନ.ଏ.ସି.ର ପରିମଳ କାର୍ଯ୍ୟାପାଇଁ ଠିକସଂସ୍ଥା ଦ୍ୱାରା ନିୟୋଜିତ ହୋଇଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ମଧ୍ୟରୁ ବିନାକାରଣ ରେ ତିନିଜଣ କର୍ମଚାରୀ ଙ୍କୁ ଛଟେଇ ଓ ବକେୟା ଥିବା ଦରମା ପ୍ରଦାନ କରିବା ଦାବି ରେ ଶୁକ୍ରବାର ସଂଧ୍ୟା ରୁ କର୍ମଚାରୀ ମାନେ ଏନ ଏ ସି କାର୍ଯ୍ୟାଳୟ ଆଗରେ ଧାରଣା ରେ ବସି ଥିବା ବେଳେ ଆଜି ଦ୍ବିତୀୟ ଦିନରେ ଏହା ଜାରି ରହିଛି I ଅନ୍ୟ ପଟେ ଧାରଣାରେ ବସି ଥିବା କର୍ମଚାରୀ ମାନଙ୍କ ସହ କୌଣସି ଅଧିକାରୀ ଆଲୋଚନା କରି ନଥିବାରୁ ଦୁଇ ଦିନ ହେଲା ଗୋପାଳପୁର ର ଅଳିଆ ସଫା ହୋଇ ପାରୁନାହିଁ। ପୂର୍ବରୁ ଏଠାରେ ଠିକା ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଅଭିରାମ କେୟାରଟେକିଙ୍ଗ ସର୍ଭିସେସ ଓ ବର୍ତ୍ତମାନ ଗ୍ରୀନ ସର୍କିଲ ଭୁବନେଶ୍ୱର ସଂସ୍ଥା ଅଧୀନ ରେ ୮୧ ଜଣ ପରିମଳ କର୍ମଚାରୀ ନିୟୋଜିତ ଅଛନ୍ତି। ଏନ.ଏ.ସି.ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଚିଠି ସଂଖ୍ୟା- ୨୬୫୬/୨୬/୧୦/୨୩ ପ୍ରକାରେ ପାଣ୍ଠି ର ଅଭାବ ଆଳ ଦେଖାଇ କର୍ମଚାରୀ ଙ୍କୁ ଛଟେଇ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଚିଠି ଅନୁଯାୟୀ ଠିକସଂସ୍ଥା ର ସୁପରଭାଇଜର ପକ୍ଷରୁ ପ୍ରଥମ ପର୍ଯ୍ୟାୟ ରେ ତିନିଜଣ କର୍ମଚାରୀ ତପୋଇ ନାୟକ,ବଳରାମ ମାଧି ଓ ସୁନିଲ ସେଠୀ ପ୍ରମୁଖ ଙ୍କୁ ଛଟେଇ କରାଯାଇଛି ।ଏହାକୁ ନେଇ ଶୁକ୍ରବାର ଠାରୁ ଅନ୍ୟ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଛଟେଇ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ଦାବୀ କରାଯାଇଛି I ଏହା ସହ ବକେୟା ଦରମା ପ୍ରଦାନ, ଗରିମା ଯୋଜନା ରେ କୁଶଳୀ, ଅର୍ଦ୍ଧକୁଶଳୀ ହାର ରେ ଦରମା ବୃଦ୍ଧି କରିବା, ବକେୟା ଥିବା ଝାଡୁ ଓ ଅନ୍ୟାନ୍ୟ ସଫେଇ ସରଞ୍ଜାମ କ୍ରୟ ବାବଦ ଟଙ୍କା ତୁରନ୍ତ ପୈଠ ଆଦି ପାଞ୍ଚ ଦଫା ଦାବୀ ମଧ୍ୟ ଉପସ୍ଥାପନ କରାଯାଇଛି Iଆଗାମୀ ଦୁଇଦିନ ମଧ୍ୟରେ ସମସ୍ତ ଦାବୀ ପୂରଣ ନ ହୁଏ ତେବେ ସଙ୍ଘ ତରଫରୁ ଜିଲ୍ଲାସାରା ସଫେଇ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା କର୍ମଚାରୀ ମାନେ ପ୍ରକାଶ କରିଛନ୍ତି
I ଆନ୍ଦୋଳନରେ ଶ୍ରମିକ ନେତା ତଥା ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ଓଡିଶା ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ସଙ୍ଘ ଜିଲ୍ଲା ସଭାପତି ପ୍ରଶାନ୍ତ ପରିଛା, ସମ୍ପାଦକ ଉତ୍ତମ ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ, ସ୍ଥାନୀୟ ସଙ୍ଘ ର ସଭାପତି ଟୁନା ରଥ, ରାହୁଲ ନାୟକ, ରୋହନ ଦାସ,ରୋହିତ ଦାସ, ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ Iଘଟଣା ନେଇ ସଫେଇ କର୍ମଚାରୀମାନଙ୍କ ପକ୍ଷରୁ ଗୋପାଳପୁର ଥାନାରେ ସେମାନେ ଆନ୍ଦୋଳନ କରୁଥିବା ନେଇ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଅପରାହ୍ନରେ ଏନ ଏ ସି ର କେତେକ ସ୍ଥାୟୀ ସଫେଇ କର୍ମଚାରୀ ବେଳାଭୂମି ରେ ସଫେଇ କାମ କରିବା ବେଳେ ସେଠାରେ ଆନ୍ଦୋଳନ ରେ ସାମିଲ ରହିଥିବା କର୍ମଚାରୀ ମାନେ ପହଞ୍ଚି ସେମାନଙ୍କୁ କାମ କରିବାକୁ ଦେଇ ନଥିଲେ ଫଳରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ନେଇ ପୁଲିସ ବେଳାଭୂମି ରେ ପହଞ୍ଚି ବିରୋଧ କରୁଥିବା କର୍ମଚାରୀଙ୍କୁ ବୁଝାସୁଝା କରିବା ସହ ବେଳାଭୂମି ସଫେଇ ପାଇଁ ଯାଇଥିବା କର୍ମଚାରୀ ଙ୍କୁ କାମ କରିବାକୁ ଦେଇଥିଲେ। ଅନ୍ୟ ପଟେ ଗୋପାଳପୁର ଏନ ଏ ସି ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଗୋପାଳପୁର ରେ ୮୧ ଜଣ ଠିକା ସଫେଇ କର୍ମଚାରୀ ନିୟୋଜିତ ରହିଥିବା ବେଳେ ବାର୍ଷିକ ୧ କୋଟି ୩୦ ଲକ୍ଷ ଟଙ୍କା ସେମାନଙ୍କ ଦରମା ବାବଦରେ ଖର୍ଚ୍ଚ କରାଯାଉଛି। ନିୟୋଜିତ ରହିଥିବା କର୍ମଚାରୀ ସଂଖ୍ୟା ଜନସଂଖ୍ୟା ହାରରେ ଅଧିକ ରହିଥିବାରୁ ପ୍ରତିବର୍ଷ ଏନ ଏ ସି କୁ ଆର୍ଥିକ ବୋଝ ର ସାମ୍ନା କରିବାକୁ ପଡୁଥିବାରୁ କାଉନସିଲ ଅନୁମୋଦନ କ୍ରମରେ ଠିକା କମ୍ପାନୀ କୁ କର୍ମଚାରୀ ସଂଖ୍ୟା କମାଇବାକୁ ନିର୍ଦେଶ ଦିଆଯାଇଛି। କାହାକୁ କରାଯିବ ସେ କାମ ଠିକା ସଂସ୍ଥା ହାତରେ ରହିଛି ବୋଲି ମତପୋଷଣ କରିଥିଲେ।