ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଦେଉଳ ମୁଣ୍ଡା କୁ ହରାଇ କମଳପୁର ଚାମ୍ପିଆନ ଘୋଷିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ ର ଷଣ୍ଢା ଗ୍ରାମରେ ମା’ ମା ହେଶ୍ୱରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମା’ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ଦେଉଳମୁଣ୍ଡା କୁ ହରାଇ କମଳପୁର ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମେ ଫର୍ମାଟ ଟି ୧୦ ଓଭର ବିଶିଷ୍ଟ ହୋଇଥିବା ବେଳେ ଏଥିରେ କମଳପୁର ବିଜୟୀ ହୋଇଥିଲା। ଦ୍ଵିତୀୟ ଫର୍ମାଟ ଟି ୬ ଓଭର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ଦେଉଲମୁଣ୍ଡା ବିଜେତା ହୋଇଥିଲା । ଉଭୟ ଦଳ ଗୋଟିଏ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ପୁଣି ୨ ଓଭର ବିଶିଷ୍ଟ ମ୍ୟାଚ ଖେଲାଯାଇଥିଲା ଏଥିରେ ଦେଉଲମୁଣ୍ଡା ପ୍ରଥମେ ବ୍ୟାଟିଂ କରି ୧୬ ରନ୍ କରିଥିବା ବେଳେ କମଳପୁର ଦଳ ୧୭ ରନ ସଂଗ୍ରହ କରି ଥିଲା । ଫଳରେ ଦେଉଳମୁଣ୍ଡା ଦୁଇଟି ଫର୍ମାଟ ରେ ବିଜୟୀ ହୋଇ ୨-୧ ରେ ଚାମ୍ପିଅନ ହୋଇଥିଲା । ଅନୁଷ୍ଠାନର ସଭାପତି ନିମାଇଁ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିବରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ , ଆତ୍ମା ଅଧ୍ଯକ୍ଷ ବିବସ୍ବତି ପଣ୍ଡା , ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଓ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ଆୟୋଜକ ବିକାଶ ରାଏ , ମାନସ କର୍ଣ୍ଣ ,ପ୍ରଦୀପ ପଧାନ ଖେଳ ପରିଚାଳନା କରିଥିଲେ।