କୋଶଳ ମହାବନ୍ଦ କୁ ବୀରମହାରାଜପୁର ଉପଖଣ୍ଡ ରେ ପୂର୍ଣ୍ଣ ସମର୍ଥନ


ବୀରମହାରାଜପୁର : ସୁବର୍ଣ୍ଣପୁର ବୀରମହାରାଜପୁର ଉପଖଣ୍ଡ ରେ କୋଶଳ ମହାବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା l ସକାଳ ୬ ଘଣ୍ଟା ସମୟ ରୁ ବୀରମହାରାଜପୁର ମୁଖ୍ୟଛକ ଠାରେ କୋସଲ ସମର୍ଥକ ମାନେ ସମସ୍ତ ଗାଡିମଟର ଗୁଡ଼ିକୁ ରାସ୍ତାରେ ଆଟକେଇ ରଖିଥିଲେ l ବନ୍ଦ କୁ ବୀରମହାରାଜପୁର ସହର ତଥା ଆଖପାଖ ଅଞ୍ଚଳ ର ସମସ୍ତ ଦୋକାନ ବଜାର ଗୁଡ଼ିକ ସ୍ୱତପ୍ରତଃ ଭାବେ ବନ୍ଦ କରିଥିଲେ l ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ ଵୀରମହାରାଜପୁର ଉଭୟ କୋର୍ଟ କୁ କୋଶଳ ସଂଗ୍ରାମୀ ପିକେଟିଂ କରି ବନ୍ଦ କରିଥିଲେ l ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ , କଲେଜ ଆଦି ବନ୍ଦ ଥିବାବେଳେ ଯାନବାହାନ ଗୁଡ଼ିକ ଅଟକି ରହିଥିଲା । ମୁର୍ଷୁଣ୍ଢି , ଅମରପାଲି , ସୁବଳୟା , ଖଣ୍ଡହତା , ଯାଲୋଏ , ଉଲୁଣ୍ଡା , ଧର୍ମଶାଳା , ସିଣ୍ଢୋଲ ସହିତ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଦୋକାନ ଗୁଡ଼ିକ ବନ୍ଦ ରହିଥିଲା l ଉକ୍ତ ବନ୍ଦପାଳନ ରେ କୋଶଳ ସଂଗ୍ରାମୀ କିଶୋର ହୋତା , ଆଶ୍ରୟ ମହାନନ୍ଦ , ନୀଲ କମଲ ମିଶ୍ର , ସୂର୍ଯ୍ୟ ପଣ୍ଡା , ଚୈତନ୍ୟ ପଧାନ , ଜିତେନ୍ଦ୍ର ମେଣ୍ଡିଲି , ବିକାଶ ମହାକୁର , ସୁଧାଂଶୁ କର୍ଣ୍ଣ , କୈଳାଶ ମହାକୁର , ଆଲୋକ କର୍ଣ୍ଣ, ମହେନ୍ଦ୍ର କର୍ଣ୍ଣ, ସଂଜୟ ରଣା , ଆଶିଷ ପାଣିଗ୍ରାହୀ , ଲିଙ୍ଗରାଜ ପଧାନ , ସୋରଜ୍ ପଧନ , ଗୋବର୍ଦ୍ଧନ ପଧାନ , ସିଲୁ ପଣ୍ଡା , ସୁମନ୍ତ ଜଗଦାଲା , ଚନ୍ଦନ ପଧାନ , ବ୍ରଜଗୋପଲ୍ ପଣ୍ଡା , ସୁଧାଂଶୁ ପଧାନ, ସୁରୁବାବୁ ପଧାନ , ନବାରୁଣ ଦେବଦତ୍ତ ଶତପଥୀ , ଅନୁପ କୁମାର , ସୁମନ୍ତ ଜଗଦଲା , ସୁଦାମ ଜଗଦଲା , ସୁରୁବାବୁ ପଧାନ, ଅନୁପ ସାହୁ , ପ୍ରମୁଖ ଙ୍କ ସହିତ ବହୁ କୋଶଳ ସଂଗ୍ରାମୀ ମାନେ ବନ୍ଦ ପାଳନ ସମୟରେ ଉପସ୍ଥିତ ଥିଲେ I