Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟିକରାପଡ଼ା ମେହେର (ଭୁଲିଆ) ସାମାଜ ଆଞ୍ଚଳିକ କମିଟି ଗଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ ର ଟିକ୍ରା ପଡା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମେହେର (ଭୂଲିଆ ) ସମାଜ ର ଆଞ୍ଚଳିକ କମିଟି ଗଠନ ପାଇଁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି ଯାଇଛି l ଏହି ବୈଠକ ରେ କମଳପୁର ମେହେର (ଭୂଲିଆ )ସମାଜ ଆଞ୍ଚଳିକ କମିଟି ର ସଭାପତି ଶ୍ରୀଯୁକ୍ତ ଶତ୍ରୁଘ୍ନ ମେହେର ସଭାପତିତ୍ୱ କରି ଥିବା ବେଳେ ପୂର୍ବତନ ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ସଭାପତି ଶ୍ରୀଯୁକ୍ତ ସୌମିତ୍ରୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସନ୍ତା 2024 ହେବାକୁ ଥିବା ସ୍ଵଭାଵକବି ଗଙ୍ଗାଧର ମେହେର ଙ୍କ ଶତ ବାର୍ଷିକ ଉତ୍ସବ ତାଙ୍କ ଜନ୍ମ ମାଟି ବରପାଲି ରେ ହେଉଥିବା ଓ ନିଖିଳ ଓଡିଶା ମେହେର ଭୂଲିଆ ସମାଜ ର କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂତନ କର୍ମକର୍ତ୍ତା ଚୟନ ହେବାର କାର୍ଯ୍ୟକ୍ରମ ରହିଛି l ଏଣୁ ନିଖିଳ ଓଡିଶା ମେହେର ଭୁଲିଆ ସାମାଜ ର ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳରେ ପ୍ରଥମେ ଆଞ୍ଚଳିକ କମିଟି, ତାପରେ ବ୍ଲକ ତଥା ଉପଖଣ୍ଡ କମିଟି ଏବଂ ଜିଲ୍ଲା କମିଟି ଗଠନ ପରେ ଶେଷରେ ରାଜ୍ୟ ସ୍ତରୀୟ କମିଟି ଗଠିତ ହେବାର ସାମାଜ ର ସମ୍ବିଧାନ ରେ ଉଲ୍ଲେଖ ରହିଥିବା କହିଥିଲେ I ଏଥିପାଇଁ ଆପଣଙ୍କର ଗ୍ରାମରେ ଶତାଧିକ ଆମ ଭୁଲିଆ ସମାଜର ପରିବାର ଥିବାରୁ ଏହି କମିଟିର ଆବଶ୍ୟକତା ଥିବା ଦର୍ଶାଇ ଥିଲେ l ସଭାର ସଭାପତି ଶତ୍ରୁଘ୍ନ ମେହେର କେନ୍ଦ୍ର ସରକାର ଓ ଓଡିଶା ସରକାର ଙ୍କ ବୁଣାକାର ମାନଙ୍କ ପାଇଁ ଦେଉ ଥିବା ଅନୁଦାନ ଓ ତାର ସଦବିନିଯୋଗ କିପରି ହୋଇପାରିବ, ସେ ଉପରେ ମନ୍ତବ୍ୟ ରଖି ଥିଲେ l ଏହି ଅବସରରେ ଟିକ୍ରାପଡା ମେହେର (ଭୂଲିଆ ) ସାମାଜ ଆଞ୍ଚଳିକ କମିଟି ଗଠିତ କରାଯାଇଥିଲା l ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କ ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ଗିରିଧାରୀ ମେହେର ଙ୍କୁ ସଭାପତି , ବୈଶାଖୁ ମେହେର ଓ ଡୋଲମଣି ମେହେର ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି I ସେହିପରି ଥବିର ମେହେର ଙ୍କୁ ସମ୍ପାଦକ , ଜଗନ୍ନାଥ ମେହେର ଓ ଶ୍ୟାମ ମେହେର ଙ୍କୁ ସହ ସମ୍ପାଦକ ଏବଂ ବନମାଳୀ ମେହେର ଙ୍କୁ କୋଷାଧକ୍ଷ ଭାବେ ମନୋନୀତ କରାଗଲା l କମିଟି ର କାର୍ଯ୍ୟକାରୀ ସଭ୍ୟ ଭାବେ ପଦ୍ମ ଲୋଚନ ମେହେର , ଯୁଗୀ ମେହେର , ଅନ୍ଧାରୁ ମେହେର , ଜଳନ୍ଧର ମେହେର , ଲୋକନାଥ ମେହେର , ଧ୍ରୁବଚରଣ ମେହେର , ସକୁଳମଣି ମେହେର , ସନ୍ତୋଷ ମେହେର , ହୃଷିକେଶ ମେହେର , ଲମ୍ବୋଧର ମେହେର , ଘନଶ୍ୟାମ ମେହେର , ଯଦୁନାଥ ମେହେର , ନିତାଇ ମେହେର , ଦାଶରଥି ମେହେର , ଭେଲ ମେହେର , ଚୂଡ଼ାମଣି ମେହେର , ଠାକୁର ମେହେର , ବିନାୟକ ମେହେର , ଦେବlଧି ମେହେର , ରସାନନ୍ଦ ମେହେର , ଭାଗିରଥି ମେହେର ଆଦିଙ୍କୁ ଚୟନ କରାଯାଇଥିଲା l ଏହି ଅବସରରେ ଶତାଧିକ ଲୋକ ଉପସ୍ଥିତ ଥିଲେ l ଶେଷରେ ସମାଜର ସେବକ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l