ଉଲୁଣ୍ଡା ଜଗନ୍ନାଥ ପାଲି ମେହେର (ଭୁଲିଆ)ସମାଜ ର ଗଠନ ହେଲା ଆଞ୍ଚଳିକ କମିଟି


ବୀରମହାରାଜପୁର :
ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ର ଜଗନ୍ନାଥ ପାଲି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମେହେର ଭୂଲିଆ ସମାଜ ର ଆଞ୍ଚଳିକ କମିଟି ଗଠିତ ହୋଇଯାଇଛି l ଏଥିପାଇଁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକ ରେ କମଳପୁର ମେହେର (ଭୂଲିଆ )ସମାଜ ଆଞ୍ଚଳିକ କମିଟି ର ସଭାପତି ଶ୍ରୀଯୁକ୍ତ ଶତ୍ରୁଘ୍ନ ମେହେର ସଭାପତିତ୍ୱ କରି ଥିବା ବେଳେ ପୂର୍ବତନ ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଶ୍ରୀଯୁକ୍ତ ସୌମିତ୍ରୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ I l ଏହି ଅବସରରେ ଜଗନ୍ନାଥ ପାଲି ମେହେର (ଭୂଲିଆ ) ସାମାଜ ର ଏକ ଆଞ୍ଚଳିକ କମିଟି ଜଗନ୍ନାଥପାଲି , ଭଙ୍ଗାମୁଣ୍ଡା , ସହରାପାଲି , ନୂଆପାଲି ଆଦି ଗ୍ରାମକୁ ନେଇ ଗଠିତ କରାଯାଇଥିଲା l ଉପସ୍ଥିତ ସମସ୍ତ ଗ୍ରାମ ବାସୀଙ୍କ ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ବେଦବ୍ୟାସ ମେହେର ଙ୍କୁ ସଭାପତି ଓ କ୍ଷେତ୍ରବାସୀ ମେହେର ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇ ଥିଲା l ଏକାଦୁଶିଆ ମେହେର ଙ୍କୁ ସାଧାରଣ ସମ୍ପାଦକ , ପଞ୍ଚାନନ ମେହେର ଙ୍କୁ ସହ ସମ୍ପାଦକ , ହୃଷିକେଶ ମେହେର ଙ୍କୁ ଉପସଭାପତି ଓ ସାଫି ମେହେର ଙ୍କୁ କୋଷାଧକ୍ଷ ଭାବେ ମନୋନୀତ କରାଗଲା l ସେହିପରି କାର୍ଯ୍ୟକାରୀ ସଭ୍ୟ ଭାବେ ବିଷ୍ଣୁ ମେହେର , ରମେଶ ମେହେର , ପଦ୍ମଁ ମେହେର , ସୁଦର୍ଶନ ମେହେର , ଗୋପାଳ ମେହେର , କୃଷ୍ଣ ମେହେର , ଚିତ୍ତରଞ୍ଜନ ମେହେର , ସୌମିତ୍ରୀ ମେହେର , ହରିହର ମେହେର , ହେମସାଗର ମେହେର , କ୍ଷୀରୋଦ୍ର ମେହେର , ମଙ୍ଗୁଲୁ ମେହେର ପଳାଉ ମେହେର, ନିରଞ୍ଜନ ମେହେର , ବସୁ ମେହେର , ପ୍ରତାପ ମେହେର , କୁଞ୍ଜବନ ମେହେର , ଙ୍କୁ ଚୟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶତାଧିକ ଭୁଲିଆ ସାମାଜ ଲୋକ ଉପସ୍ଥିତ ଥିଲେ l ଶେଷରେ ଗ୍ରାମର ବେଦବ୍ୟାସ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l