Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳଚୁରି କଳାର ସମାଜ ପକ୍ଷରୁ ଶ୍ରୀ ଶହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଓ ବନ୍ଧୁ ମିଳନ ଉତ୍ସବ ପାଳନ।

କୋକସରା:୧୯/୧୧ କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ଗୋତୋମୁଣ୍ଡା ସ୍ଥିତ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ କଳାହାଣ୍ଡି କଳଚୁରି କଳାର ସେନା ଆୟୋଜନ ରେ ରବିବାର ଇଷ୍ଟ ଦେବତା ଶ୍ରୀ ଶହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଉତ୍ସବ ଅତି ଆଡମ୍ବରରେ ପାଳନ କରାଯାଇଛି। ଛତିଶଗଡ ସନ୍ଧିମୁଣ୍ଡା ରୁ ଏକ ଶୋଭାଯାତ୍ରା ବାହାରି ଗୋତମୁଣ୍ଡା ପହଞ୍ଚିଥିଲେ। ଭଗବାନ ଶହସ୍ରାର୍ଜୁନ ଙ୍କ ପୂଜା ପରେ , ଅତିଥି ଙ୍କୁ ସ୍ବାଗତ କରାଯାଇଥିଲା। କଳଚୁରି କଳାର ସେନା ର ସଭାପତି ଚୁଡାମଣି ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭାପତି ହେମନ୍ତ ମାଝୀ, ସରପଞ୍ଚ ଅଁଳା ଭଟା ଭଗବତୀ ନାଏକ,ପ୍ରଦେଶ ସଦସ୍ୟ ବିରୋନାଞ୍ଚଳ ନାଏକ, ସମ୍ପାଦକ ଭରତ ବିଶି,ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ନାଏକ,ବିନ୍ଦୁ ସାଗର ବିଶି ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି କଳଚୁରି କଳାର ସମାଜ ର ଏହି ଉଦ୍ୟମ କୁ ପ୍ରସଂଶା କରିବା ସହ ଶ୍ରୀ ରାଜ ରାଜେଶ୍ୱର ଶ୍ରୀ ଶହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଅବସର ରେ ଉପସ୍ଥିତ କଳଚୁରି କଳାର ସମାଜ ର କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ରେ ମଞ୍ଚ ସଂଯୋଜନା ଜନ୍ମେଜୟ ବିଶି କରିଥିବା ବେଳେ ହେମନ୍ତ ବିଶି, ବାଳକୃଷ୍ଣ ବିଶି,ସୋମନାଥ ବିଶି, ତରେଇ ବିଶି,ନରସିଂ ବିଶି ନାରିନେତ୍ରୀ ଭାରତୀ ବିଶି ସହଯୋଗ କରିଥିଲେ।କଳାହାଣ୍ଡି ସମେତ ପଡୋଶୀ ନବରଙ୍ଗପୁର, ଛତିଶଗଡ଼ ରୁ ସମାଜର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ