ବୀରମହାରାଜପୁର ରେ ବିଶ୍ଵ ପାଇଖାନା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଜଳ ଓ ପରିମଳ ବିଭାଗ ତରଫରୁ ବିଶ୍ଵ ପାଇଖାନା ଦିବସ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ବି. ଡି. ଓ ରଘୁନାଥ ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଦିବସ ଅବସର ରେ ପାଇଖାନା ବ୍ୟବହାର ଦ୍ଵାରା କଣ କଣ ଫାଇଦା ହୋଇଥାଏ ସେ ବିଷୟ ରେ ଆଲୋଚନା କରିଥିଲେ l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ , ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ପିତମହୁଲ ସରପଞ୍ଚ ଆକସ୍ମିତା ବଢିଆ ପ୍ରମୁଖ ଯୋଗ ଦେଇ ପାଇଖାନା ବ୍ୟବହାର ଦ୍ଵାରା ମଣିଷ ଅନେକ ରୋଗରୁ ମୁକ୍ତି ପାଇବା ସହ ପରିବେଶ କୁ ସଫା ରଖିଥାଏ ବୋଲି ମତବ୍ୟକ୍ତ କରିଥିଲେ l ପାଇଖାନା ଦିବସ ଅବସର ରେ ୫୫ ଜଣ ହିତାଧିକରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ଶେଷରେ ମାଷ୍ଟର ଟ୍ରେନର ଜଗଦୀଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l