ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ଆନ୍ଦୋଳନ ପାଇଁ ସଜବାଜ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସରପଞ୍ଚ ସଂଘ ର ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟ ରେ ଏକ ଜରୁରୀ ବୈଠକ ଉଫୁଲା ଗ୍ରାମ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସରପଞ୍ଚ ସଂଘ ତରଫରୁ ପ୍ରଶାସନ ଓ ଜନପ୍ରତିନିଧି ଙ୍କ ସହ ଆଲୋଚନା ପାଇଁ ଏକ ସମନ୍ୱୟ କମିଟି ମନୋନୟନ କରାଯାଇଥିଲା। ସରପଞ୍ଚ ସଂଘ ବିଭିନ୍ନ ସମସ୍ୟା ସମାଧାନ ଓ ଆଲୋଚନା ପାଇଁ ଉଫୁଲା ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ , ଲୁତୁରପଙ୍କ ସରପଞ୍ଚ ତଥା ସମ୍ପାଦକ ସୂର୍ଯ୍ୟ କୁମାର ନନ୍ଦ , ସମନ୍ୱୟ କମିଟି ସଦସ୍ୟ ବରିଷ୍ଠ ସଦସ୍ୟ ତଥା ସରପଞ୍ଚ ପ୍ରମୋଦ ମହାପାତ୍ର , ମୁର୍ଷୁଣ୍ଢି ସରପଞ୍ଚ ମନୋଜ କୁମାର ସାହୁ , ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା ଙ୍କୁ ସମନ୍ୱୟ କମିଟି ସଭ୍ୟ ସଭ୍ୟା ଭାବରେ ଚୟନ କରାଗଲା । ରାଜ୍ୟ ସରପଞ୍ଚ ମହାସଂଘ ନିଷ୍ପତ୍ତି କ୍ରମେ ଏକ ମାସ ସ୍ଥଗିତ ରହିଥିବା ଆନ୍ଦୋଳନ ଆଗମୀ ୨୧ ତାରିଖ ରୁ ହେବାକୁ ଥିବା ବିଧାନ ସଭା ଶୀତ ଅଧିବେଶନ ଅବସର ରେ ପୁଣି ଗଣଧାରଣା ଓ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସଂଘ କର୍ମକର୍ତ୍ତା ଥିବା ହୃଦ ବୋଧ କରିଥଲେ। ରାଜ୍ୟ ସରପଞ୍ଚ ମହାସଂଘ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନେଇ ମତାମତ ଲୋଡ଼ିଥିବା ଉପରେ ଆଲୋଚନା ହୋଇଥିଲା l ବିଧାନ ସଭା ଅଧିବେଶନ ଆରମ୍ଭ ମାତ୍ରେ ପୁଣି ଗଣ ଆନ୍ଦୋଳନ ଓ ଧାରଣା ରେ ସାମିଲ୍ ହେବା ନେଇ ସ୍ଥିରୀକୃତ ହେଇଥିଲା। ମନ୍ତ୍ରୀ ସ୍ତରୀୟ କମିଟି ଓ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ରେ ପୂର୍ବରୁ ଉପସ୍ଥାପିତ ୧୫ ଦଫା ଦାବି ହାସଲ ଉଦ୍ଦେଶ୍ୟରେ ପୁଣି ଥରେ ଆନ୍ଦୋଳନ ଜାରି ରଖିବା ପାଇଁ ବିଶଦ ଆଲୋଚନା ପାଇଁ ସଭାନେତ୍ରୀ ଓ କାର୍ଯ୍ୟକର୍ତ୍ତା ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା ।କମିରା ସରପଞ୍ଚ ଅନୁସୁୟା ପଧାନ , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହେରି , ବହଲ ପଦର ସରପଞ୍ଚ ନିରୁପମା ସେଠୀ , ଦୁର୍ଜନତୈଲା ସରପଞ୍ଚ ବିଷ୍ଣୁ ପ୍ରିୟା କୁମ୍ଭାର , ହିଲୁଙ୍ଗ ସରପଞ୍ଚ ବନିତା ସେଠୀ କେନଝୀରିଆପାଲି ସରପଞ୍ଚ ସସ୍ମିତା ଦୀପ , ସଂଗ୍ରାମପୁର ସରପଞ୍ଚ ଅଳକା କର୍ମୀ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକ ରେ ବ୍ଲକ ର ସମସ୍ତ ସରପଞ୍ଚ ଯୋଗଦେଇ ଥିଲେ।