Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଜିଡିପି ୪ ଟ୍ରିଲିୟନ ଡଲାରରେ ପହଞ୍ଚିବା କେତେ ସତ ? ଏ ଯାଏ ଆନୁଷ୍ଠାନିକ ସୂଚନା ଦେଇ ନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ୪ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବାର ଲକ୍ଷ୍ୟ ଛୁଇଁ ସାରିଛି। ଏହିପରି ଦାବି କୋଟିପତି ଗୌତମ ଆଦାନୀ, ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ, କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ସମେତ ଅନେକ ପ୍ରମୁଖ ଲୋକ ସାମାଜିକ ଗଣମାଧ୍ୟମରେ କରୁଛନ୍ତି। ଏହି ସବୁ ବ୍ୟକ୍ତିବିଶେଷ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦେଶକୁ ଏହି ବଡ଼ ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଉଛନ୍ତି।

ହେଲେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ଏହି ସବୁ ଲୋକ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ)ର ଜିଡିପିର ଲାଇଭ ଟ୍ରାକିଂର ସ୍କ୍ରିନସଟ୍ ସେୟାର କରି ଦାବି କରିଛନ୍ତି। ଅଦ୍ୟାବଧି ଏହି ସ୍କ୍ରିନସଟ୍ ଉପରେ ସରକାର କିଛି କହି ନାହାନ୍ତି।
ଆଦାନୀ, ଫଡ଼ଣବିସ ସମେତ ଅନେକ ବିଜେପି ନେତା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଭାଇରାଲ୍ ହେଉଥିବା ପୋଷ୍ଟ ଉପରେ କେନ୍ଦ୍ର ସରକାର କିମ୍ବା ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଅଦ୍ୟାବଧି କୌଣସି ସ୍ପଷ୍ଟୋକ୍ତି ଦିଆଯାଇ ନାହିଁ।

ହେଲେ ଉଚ୍ଚପଦସ୍ଥ ସୂତ୍ରରୁ ଏହି ଖବରକୁ ଅଗ୍ରାହ୍ୟ କରାଯାଇଛି। ଭାଇରାଲ୍ ହେଉଥିବା ନ୍ୟୁଜ୍ ଭୁଲ୍ ବୋଲି ଜନୈକ ଅଧିକାରୀ କହିଛନ୍ତି। ଭାରତ ଏବେ ବି ୪ ଟ୍ରିଲିୟନ ଡଲାରର ଅର୍ଥନୀତି ହାସଲ କରିବାଠୁ ଦୂରରେ ରହିଛି। ଆଇଏମଏଫର ଜିଡିପି ଲାଇଭ ଟ୍ରାକିଂର ତଥ୍ୟ ଯାଏ ପହଞ୍ଚିବା ସହଜ ନୁହେଁ। ଏଥିପାଇଁ ଏହି ସ୍କ୍ରିନ ସଟକୁ ସତ୍ୟ କୁହାଯାଇ ପାରିବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ