Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପୁର ର ନିଖୋଜ ଯୁବକଙ୍କ ଗଳିତ ଶବ ପରିତ୍ୟକ୍ତ କୂଅରୁ ଉଦ୍ଧାର।

ଗୋପାଳପୁର,୨୦/୧୧ ଗୋଳନ୍ଥରା ଥାନା ଅନ୍ତର୍ଗତ ସିହଳାରୋଡ ରେଳ ଫାଟକ ସନ୍ନିକଟ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ରହିଥିବା ଜଣେ ଯୁବକଙ୍କ ଗଳିତ ଶବ କୁ ପୁଲିସ ଉଦ୍ଧାର କରିଛି। ମୃତ୍ୟୁ ଯୁବକ ଜଣକ ହେଲେ ଗୋବିନ୍ଦପୁର ଗ୍ରାମର ଟୁଟୁ ନାଇକ (୩୭) ବୋଲି ପୋଲିସ ସୂଚନା ଦେଇଛି l ଥାନା ଅଧିନସ୍ଥ ଗୋବିନ୍ଦପୁର ଗ୍ରାମର ଟୁଟୁ ନାଇକଙ୍କ ସହ ଚାନ୍ଦପୁର ଗ୍ରାମର ମହିଳାଙ୍କ ସହ ପରକିଆ ପ୍ରୀତି ରହିଥିଲା l ଏନେଇ ଉକ୍ତ ମହିଳାଙ୍କ ପରିବାର ପକ୍ଷରୁ ଅନେକ ସମୟରେ ଟୁଟୁକୁ ଧମକ ଚମକ ଦିଆଯାଉଥିଲାl ଗତ ୧୮ ତାରିଖ ସନ୍ଧ୍ୟା ରେ ମହିଳା ଜଣଙ୍କ କୁଆଡେ ଟୁଟୁ କୁ ଫୋନ କରି ତାଙ୍କ ଘର କୁ ଡାକିଥିଲେ।ଏହି କ୍ରମରେ ଟୁଟୁ ଚାନ୍ଦପୁର ର ଉକ୍ତ ମହିଳାଙ୍କ ପାଖକୁ ଯାଇଥିବା ଟୁଟୁ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।ଏହା ସହ ଉକ୍ତ ରାତିରେ ଟୁଟୁ ଘରକୁ ଫେରିନଥିଲେ l ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଟୁଟୁଙ୍କ କୌଣସି ଖୋଜଖବର ପାଇ ପାରିନଥିଲେ। ରବିବାର ଦିନ ଟୁଟୁଙ୍କ ପରିବାର ପକ୍ଷରୁ ଟୁଟୁ ଙ୍କ ନିଖୋଜ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଆଜି ସକାଳେ ଚାନ୍ଦାପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟରେ ଚପଲ ସହ ଏକ ଗାମୁଛା ପଡ଼ିଥିବା ନେଇ ପୁଲିସ କୁ ଖବର ଦିଆଯାଇଥିଲା। ପୁଲିସ ର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଚପଲ ଓ ଗାମୁଛା ଜବତ କରିବା ସହ ତାହା ନିଖୋଜ ରହିଥିବା ଟୁଟୁ ର ବୋଲି ଜାଣିବାକୁ ପାଇଥିଲା।ଏହ ପରେ ପୁଲିସ ପକ୍ଷରୁ ତନାଘନା କରାଯାଇଥିବା ବେଳେ ସିହଳା ରାସ୍ତା ର ରେଳ ଫାଟକ ସନ୍ନିକଟ ରେ ଥିବା ପରିତ୍ୟକ୍ତ କୂଅରେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ବ୍ରହ୍ମପୁର ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ଓ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳ ପହଞ୍ଚି , ଶବକୁ କୂଅରୁ ବାହାର କରିଥିଲେ। ପ୍ରାଥମିକ ତଦନ୍ତ ସମୟରେ ଟୁଟୁଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିବାବେଳେ ଶରୀରର ଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରହିଥିଲା। ଟୁଟୁ ଙ୍କୁ ତିନି ରୁ ଚାରି ଜଣ ମିଶି ହତ୍ୟା କରିବା ପରେ ମାମଲାକୁ ରଫାଦଫା କରିବା ପାଇଁ ମୃତ ଦେହ କୁ କୂଅରେ ପକାଇ ଦେଇଥିବା ପୁଲିସ ସଂଦେହ କରୁଛି। ମୃତ ଦେହ କୁ ପରିବାର ବର୍ଗ ଚିହ୍ନଟ କରିବା ପରେ ପୁଲିସ ପକ୍ଷରୁ ମୃତ ଦେହ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠେଇଛି lଘଟଣା ନେଇ ମୃତକଙ୍କ ଟୁଟୁକ ପତ୍ନୀ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିବାପରେ କୂଅରେ ଫୋପାଡି ଦେଇଥିବା ନେଇ ଅଭିଯୋଗ କରିଛନ୍ତି lଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୫୯୫/୨୩ ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories