Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁରା କଲେଜରେ ଆଇ ୱାଇ ଡ଼ି ପି କ୍ରୀଡ଼ା କାର୍ଯ୍ୟକ୍ରମ ଉଦଯାପିତ ।

ଗୋପାଳପୁର ୨୦/୧୧
ଡୁରା କଲେଜରେ ଆଜି ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧେଶ କ୍ରମେ ଯୁବ ଶକ୍ତି ସ୍ୱାସ୍ଥ୍ୟ ଓ ଦକ୍ଷତା ନେଇ (ଆଇ ୱାଇ ଡ଼ି ପି) ପକ୍ଷରୁ ଚାଲିଥିବା କ୍ରୀଡ଼ା ପ୍ରତିଯୋଗୀତା ଆଜି ଉଦଯାପିତ ହୋଉଛି l ଏହି କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ଡ଼. ପିନାକୀ ମହାନ୍ତି ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କନିଷି ତସିଲଦାର ଅଂଶୁମାନ ମହାପାତ୍ର,,ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା, ପ୍ରତନିଧି ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ୧୩ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପିଇଟି ଗିରିଧାରୀ ମହାପାତ୍ର, ସନ୍ତୋଷ କୁମାର ଦଳେଇ, କୃତୀଭାଷ ପ୍ରଧାନ, ଉମାକାନ୍ତ ପାଢ଼ୀ, ସୁନିତା ଦୋରା, ସିଲି ଦେବୀ ପ୍ରଧାନ, ପ୍ରଶାନ୍ତି ଦୋରା, ରଞ୍ଜିତ ନାୟକଙ୍କ ସମେତ ଛାତ୍ର ଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ l ଏଥିରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories