Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀ ପାତାଳୀ କ୍ଷେତ୍ର ରେ ଶିକ୍ଷା ଓ ଶିକ୍ଷକ କଲ୍ଯାଣ ସମିତିର ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଓ ଶିକ୍ଷକ କଲ୍ୟାଣ ସମିତିର ଏକ ବୈଠକ ପ୍ରସିଦ୍ଧ ପାତଳୀ ଶ୍ରୀକ୍ଷେତ୍ର ରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଓ ଶିକ୍ଷକ ସମିତିର ସଭାପତି ବାଲଗୋପାଳ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ଶତାଧିକ ଶିକ୍ଷାବିତ ଶିକ୍ଷାବିତ ଓ ଅବସରପ୍ରାପ୍ତ ଶିକ୍ଷକ ଯୋଗଦେଇଥିଲେ। ଏହି ଅବସର ରେ ସଂପ୍ରତି ଶିକ୍ଷା ବ୍ୟବସ୍ଥା କୁ ନେଇ ଏକ ଆଲୋଚନା ହୋଇଥିଲା। ବିନିକା ବରିଷ୍ଠ ନାଗରିକ ସଙ୍ଗଠନ ର ସଦସ୍ୟ ପ୍ରମୋଦ ପଣ୍ଡା , ସୋନପୁର ବରିଷ୍ଠ ନାଗରିକ ସଙ୍ଗଠନ ର ସମ୍ପାଦକ ଜ୍ୟୋତି ପଟ୍ଟନାୟକ , ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ପୁରୋହିତ , କୃଷ୍ଣ ଚନ୍ଦ୍ର ପାଢି , ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ,ପାତଳୀ ଟ୍ରଷ୍ଟ ର ସମ୍ପାଦକ ଉତ୍ତର ପାତ୍ର , ବରିଷ୍ଠ ସାମ୍ବାଦିକ ଗୋରଖନାଥ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ । ପଶ୍ଚିମ ଓଡ଼ିଶାର ଶିଶୁ ମାନଙ୍କୁ ସେମାନଙ୍କ ମାତୃଭାଷା କୋଶଲୀ/ସମ୍ବଲପୁରୀ ଭାଷା ରେ ଶିକ୍ଷାଦାନ ସକାଶେ ସରକାର ତଥା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବାକୁ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ସହିତ ଅବସରପ୍ରାପ୍ତ ଶିକ୍ଷକମାନଙ୍କର ସମସ୍ତ ଦାବୀ ଶୀଘ୍ର ପୂରଣ ପାଇଁ ସରକାରଙ୍କୁ ନିବେଦନ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଶିକ୍ଷା ଓ ଶିକ୍ଷକ ମାନଙ୍କ ଗୁଣାତ୍ମକମାନ ବୃଦ୍ଧି ପାଇଁ ଆଲୋଚନା ହୋଇଥିଲା । ସଭା ପ୍ରାରମ୍ଭ ରେ ଅବସରପ୍ରାପ୍ତ ଶିକ୍ଷକ ମେଘନାଦ ପାଣିଗ୍ରାହୀ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଚିତ୍ତରଞ୍ଜନ ଗର୍ଡିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।