Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ଐତିହ୍ୟ ସପ୍ତାହ ପାଳିତ।

ଗୋପାଳପୁର ୨୧/୧୧ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଆଜି ବିଶ୍ଵ ଐତିହ୍ୟ ସପ୍ତାହ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ବିଭାଗର ମୁଖ୍ୟ ଡଃ ସଦାନନ୍ଦ ନାୟକ ଙ୍କ ଅଧ୍ୟକ୍ଷତାରେ ବିଭାଗର ଛାତ୍ର ଛାତ୍ରୀ ଶିକ୍ଷକ ଓ କର୍ମଚାରୀ ଙ୍କ ଦ୍ଵାରା ଐତିହ୍ୟ ସୁରକ୍ଷା କୁ ନେଇ ବିଭିନ୍ନ ସ୍ଲୋଗାନ ସହ ପ୍ଳlକେଟ ଧରି କ୍ୟାମ୍ପସ ପରିକ୍ରମା ଥିଲେ। ପରେ ରାଲି ରେ ଥିବା ସମସ୍ତେ ସମ୍ରାଟ ଅଶୋକ ଙ୍କ ଦ୍ଵିତୀୟ ଶିଳା ଲେଖା ପାଣ୍ଡିଆ ସ୍ଥିତ ଜଉଗଡ ରେ ପହଞ୍ଚି ବିଶ୍ଵ ର ଐତିହ୍ୟ ର ସୁରକ୍ଷା ଉପରେ ନେଇ ନଗର ପରିକ୍ରମା କରିବା ସହ ସ୍ଥାନୀୟ ହାୟର ସେକେଣ୍ଡାରୀ ସ୍କୁଲର ଚତ୍ର ଛାତ୍ରୀ ଙ୍କୁ ଐତିହ୍ୟ ର ଗୁରୁତ୍ଵ ଓ ସୁରକ୍ଷା ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା। ପରେ ମା ତାରା ତାରିଣୀ ମନ୍ଦିର ର ଚତୁରପlର୍ଶ୍ଵ ସଫେଇ କରିବା ସହ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗର ଅଧ୍ୟାପକ ଡଃ ରମାକାନ୍ତ ଭୁଇଁୟା ,ଡଃ ଶଙ୍କର୍ଷଣ ମଲିକ,କ୍ଷେତ୍ର ସହ ଅଧିକାରୀ ଡଃ ଏ. ସୋଭlରlଣୀ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories