Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଯାତ୍ରା ଅବସର ରେ କଲସ ଯାତ୍ରା, ଦେବାଦେବୀ ଙ୍କ ସହ ଗ୍ରାମ ପରିକ୍ରମା, ଉତ୍ସଵ ମୁଖର ଝରିଆଗୁଡା ଗ୍ରାମ।

କୋକସରା(ଆପ୍ର)୨୩/୧୧ ଆଦି ମଣିଷ ଆଦି ପରମ୍ପରା ସଂସ୍କୃତି ବହନ କରୁଥିବା ଓଡିଶାର ଅନେକ ସ୍ଥାନରେ ଦେବାଦେବୀ ଙ୍କ ଉପରେ ଅଗାଢ଼ ବିଶ୍ୱାସ ଓ ଭାବାବେଗ ର ନିଦର୍ଶନ ଆଜି ବି ଉଜ୍ଜୀବିତ ହୋଇ ରହିଛି। ମଣିଷ ସମାଜ ଯେତେ ଆଧୁନିକ ଯୁଗରେ ପାଦ ଥାପିଥିଲେ ମଧ୍ୟ ନିଜର ପରମ୍ପରା ଓ ଚଳଣି କୁ ଭୁଲି ପାରିନାହିଁ, ଏହାର ଏକ ନିଦର୍ଶନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମରେ । ଏହି ଗ୍ରାମରେ ଦିର୍ଘ ବର୍ଷ ପରେ ଗ୍ରାମବାସୀ ଙ୍କ ମିଳିତ ପ୍ରଚେଷ୍ଟା ରେ ଗ୍ରାମ ର ଜୁନାପଡା ନିକଟରେ ଗ୍ରାମ ର ସୁଖ,ଶାନ୍ତି, ସମୃଦ୍ଧି, ରୋଗଶୋକ ଦୁର ପାଇଁ ଗ୍ରାମରେ ଥିବା ଦେବାଦେବୀ ଙ୍କ ଶରଣାଗତ ଓ ସନ୍ତୁଷ୍ଟ କରିବା ପାଇଁ ଆରମ୍ଭ ହୋଇଛି ବାଲିଯାତ୍ରା ମହୋତ୍ସବ। ଏହି ବାଲିଯାତ୍ରା ମହୋତ୍ସବ ଦିର୍ଘ ମାସ ଧରି ପାଳନ କରାଯିବ। ଜୁନାପଡା ରେ ବାଲିଯାତ୍ରା ପଡ଼ିଆ ନିକଟରେ ଏକ କୁଡିଆ ରେ ବାଲିଯାତ୍ରା ର ମୁଖ୍ୟ ପୁରୋଧା ଗୁରୁମେ ଗ୍ରାମ ର ମଙ୍ଗଳ କାମନା ପାଇଁ ଦେବାଦେବୀ ଙ୍କ ଆବାହନ କରିବା ସହ ପୂଜାପାଠ କରୁଛନ୍ତି।ସୋମବାର ବାଲିଯାତ୍ରା ଅବସର ରେ କଳସ ଯାତ୍ରା ମହା ଆଡମ୍ବରରେ ପାଳନ କରାଯାଇଛି। ଚିତାମୁଣ୍ଡା ଜୋର ନିକଟରୁ କଲସ ଯାତ୍ରା ଏକ ବିରାଟ ପଟୁଆରରେ ଗ୍ରାମ ଦେବାଦେବୀ ଙ୍କ ଶିରା, କାଲିସି ମାନେ ଲାଗି ହୋଇ ବାଲିଯାତ୍ରା ପଡ଼ିଆ ନିକଟରେ ପହଞ୍ଚି ଥିଲେ। ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ଜୟଲାଲ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି।ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପାତ୍ର,ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା,ଯାଦବ ସମାଜ ବ୍ଲକ ସଭାପତି ଵିନୋଦ ବିହାରୀ ରାଉତ,ଉପ ସଭାପତି କୁରୁକ୍ଷେତ୍ର ନାଏକ, ସହ ସମ୍ପାଦକ ରାଜ କିଶୋର ସାହୁ,ଗ୍ରାମ ଗଉନ୍ତିଆ ଯୁଧିଷ୍ଠିର ନାଏକ ଉପସ୍ଥିତ ରହିଥିଲେ। ବାଲିଯାତ୍ରା ମହୋତ୍ସବ ପର୍ଯ୍ୟାୟ କ୍ରମେ ଆସନ୍ତା ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ କୁ ବାଲିଯାତ୍ରା ଗ୍ରାମ୍ୟ କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।