Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବ୍ଲକ ର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜେପି ଦଳ ପକ୍ଷରୁ ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ମଙ୍ଗଳବାର ଦିନ ବିଜେପି ଦଳ ପକ୍ଷରୁ ବିଭିନ୍ନ ଦାବି ସହ ରାଜ୍ୟ ସରକାର ଙ୍କ ଜନବିରୋଧୀ ନୀତି ଏବଂ ବ୍ୟାପକ ଦୁର୍ନୀତି କୁ ବିରୋଧ କରି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ବୀରମହାରଜପୁର ବି. ଡି.ଓ ଙ୍କ ଜରିଆ ରେ ଦାବିପତ୍ର ପ୍ରଦାନ କରାଯାଇଛି l ବୀରମହାରଜପୁର ବ୍ଲକ ଅଞ୍ଚଳରେ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ତୁରନ୍ତ ପ୍ରଦାନ , ଭତ୍ତା ଯୋଜନରେ ଉପଯୁକ୍ତ ହିତାଧିକାରୀ ଙ୍କୁ ସାମିଲ , ବ୍ୟାଙ୍କ୍ ମାଧ୍ୟମରେ ଦେଉଥିବା ଟଙ୍କା କୁ ନଗଦ ଦିଆଯାଉ , ରାସନ କାର୍ଡ ପାଇବାକୁ ଥିବା ଗରିବ ହିତାଧିକାରୀ ଙ୍କୁ ସାମିଲ , ମୋ ଘର ଜୋଜନlରେ ସାମିଲ ପାଇଁ ଆବେଦନ କରିଥିବା ହିତାଧିକାରୀ ଙ୍କୁ ଶୀଘ୍ର ପ୍ରଦାନ , ଭୂମିହୀନ ଙ୍କୁ ଘର୍ ପଟ୍ଟା ପ୍ରଦାନ , ବୀରମହାରାଜପୁର କୁ ଶୀଘ୍ର ବିଜ୍ଞାପିତ ପରିଷଦ ଘୋଷଣା , ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନ ରେ ଡାକ୍ତର ପଦବି ପୂରଣ ଆଦି ଦାବି ନେଇ ବୀରମହାରାଜପୁର ବିଜେପି ତରଫରୁ ବ୍ଲକ ଘେରାଉ କରିଥିଲେ l ଦଳ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତ ନିର୍ବାଚନ ର ଦଳିୟ ପ୍ରାର୍ଥୀ ରଘୁନାଥ ଜଗଦଲା ଙ୍କ ନେତୃତ୍ବରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ ରୁ ଏକ ବିରାଟ ଶୋଭାଯାତ୍ରାରେ ତ୍ରିବେଣୀ ଛକ , ନନ୍ଦିଘୋଷ ଛକ , ମୁଖ୍ୟଛକ ଦେଇ ବ୍ଲକ ପରିସର ରେ ପହଞ୍ଚି ଥିଲା । ରାଜ୍ୟ ସରକାର ଙ୍କ ଦ୍ଵାରା ରାଜ୍ୟରେ ବିଭିନ୍ନ କ୍ଷେତ୍ର ରେ ଦୁର୍ନୀତି କୁ ବିରୋଧ କରିଥିଲେ l ସାଧାରଣ ସମ୍ପାଦକ ବେଣୁଧର ଦାଶ ଙ୍କ ପରିଚାଳନା ରେ ଜିଲ୍ଲା ବିଜେପି ଉପ ସଭାପତି ନଳିନୀ ପଣ୍ଡା , ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ , ସନ୍ତୋଷ ଭୋଇ ଓ ଉଷା କୁମାରୀ , ବରିଷ୍ଠ ନେତା ରାଧାକାନ୍ତ ମହାକୁର , ଇଁ ଆଶ୍ରୟ ମହାନନ୍ଦ , ବଳରାମ ସୁନା , ଶରତ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ରଶ୍ମିତା ଷଡଙ୍ଗୀ,ମଣ୍ଡଳ ଉପସଭାପତି ଭୁଲାଶଙ୍କର ବାଘ , ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ସାହୁ , ବହଲପଦର ପଞ୍ଚାୟତ କାର୍ଯ୍ୟକାରୀ ସଭାପତି ମଧୁ ସୁଦନ ସାହୁ , ମଣ୍ଡଳ ଉପସଭାପତି ଦିଲ୍ଲୀପ ପ୍ରଧାନ , ଏକଲବ୍ୟ ବେହେରା , ରାମ ପ୍ରସାଦ କର୍ଣ୍ଣ ପ୍ରମୁଖ ଆନ୍ଦୋଳନ ରେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଶହ, ଶହ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ l କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ରାଜ୍ୟ ରେ ବାଟମାରଣା ହେଉଥିବା ଅଭିଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ