Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତିଶଗଡ଼ ବିଛିନ୍ନାଞ୍ଚଳରେ ଅଁଳା ନବମୀ ଜଗଦାତ୍ରୀ ପୂଜା ଉତ୍ସବ

ଝାରସୁଗୁଡା ୨୨/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ପଡ଼ୋଶୀ ଛତିଶଗଡ଼ ରାଜ୍ୟ ବିଛିନ୍ନାଞ୍ଚଳ ବେଲେରିଆ ଡୁମେରପାଲି ଗ୍ରାମ ନିକଟସ୍ଥ କେଲୋନଦୀ ତଟରେ ଅବସ୍ଥିତ ଓଡିଆ ତପୋଭୂମି ସତ୍ୟମ ଆଶ୍ରମରେ ମଙ୍ଗଳବାର ଦିନ ଅଁଳା ନବମୀ ଜଗଦାତ୍ରୀ ପୂଜା ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ପୂଜାର୍ଚ୍ଚନା ,ହୋମଯଜ୍ଞ,ପୁରାଣ ପାଠ, କୃଷ୍ଣଗୁରୁ ଭଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ମହା ପୁରାଣ ମଧ୍ୟ ପଠନ କରା ଯାଇଥିଲା । ସୂଚନା ଥାଉକି ଏହି ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକମାନେ ୨୦୧୫ ମସିହା ଠାରୁ ଅଁଳା ନବମୀ ଉତ୍ସବକୁ ଏହି ପ୍ରବିତ୍ର ସ୍ଥାନରେ ପାଳନ କରି ଆସୁଛନ୍ତି । ଏଥିରେ ଓଡ଼ିଶା ଉତ୍କଳ ସମ୍ମିଳନୀ ଛତିଶଗଡ଼ ପ୍ରତିନିଧି କ୍ଷମାସାଗର ଭୋଇ, ସୁମତି ପଧାନ, ଯଶୋବନ୍ତି ସା,ଶୈଳ ସିଦାର, ସନ୍ତୋଷିନୀ ସାହୁ,ସବିତା ସେନାପତି,ପମି ପ୍ରଧାନ, ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ଉତ୍ସବରେ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ