Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ 5 ଜଣ ଯୁବକକୁ ଗିରଫ କରିଛି ଉଲୁଣ୍ଡା ପୋଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହାଲି ଛକରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୫ ଜଣ ଯୁବକଙ୍କ ଠାରୁ ୩୨ କେଜି ୧୯୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ବିଲାଷପୁର ଜିଲ୍ଲା ମଟିଆରି ଗ୍ରାମର ବାଲକ୍ରିଷ୍ଣ , ରାମବିଳାସ ଶିକାରୀ , ମହେନ୍ଦ୍ର ଶିକାରୀ , ଅଭିଜିତ ମାଲିଆ ଏବଂ ରଘୁନାଥ ମାଲିଆ ବୋଲି ଜଣାପଡିଛି । ସୂଚନା ମୁତାବକ ଉଲୁଣ୍ଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଝାରବାହାଲି ଛକରେ ୫ ଜଣ ଯୁବକ ବ୍ଯାଗ ଧରି ବସର ଅପେକ୍ଷା ରେ ଥିବା ବେଳେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କ ବ୍ଯାଗ ଯାଞ୍ଚ କରିଥିଲେ । ତେବେ ଯୁବକ ମାନଙ୍କ ବ୍ଯାଗରୁ ଗଞ୍ଜେଇ ବାହାରିଥିବା ରୁ ସାତଟି ଗଞ୍ଜେଇ ବ୍ଯାଗ ଜବତ କରି ଯୁବକ ମାନଙ୍କୁ ଗିରଫ କରାଯାଇଥିଲା । ପରେ ଉଲୁଣ୍ଡା ତହସିଲଦାର ତଥା ମାଜିଷ୍ଟ୍ରେଟ୍ ଦିଲ୍ଲୀପ ମାଝିଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇର ଓଜନ କରାଯିବା ପରେ ତାର ପରିମାଣ ୩୨ କେଜି ୧୯୦ ଗ୍ରାମ ଥିବା ଜଣାପଡିଛି । ତେବେ ପୋଲିସ ଏକ ମାମଲା ରୁଜୁ କରି ବୁଧବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।