Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡମ୍ପିଂଓ୍ବାର୍ଡ ପାଲଟିଛି ଗୋପାଳପୁର ନଦୀପଠା।ହଜାର ହଜାର କୁଇଣ୍ଟାଲ ପଲିଥିନ ଓ କପଡ଼ା ପଡ଼ିରହିଛି

ଗୋପାଳପୁର,୨୨/୧୧ ଗୋପାଳପୁର ଏନ ଏ ସି ପକ୍ଷରୁ ସହରରୁ ବାହାରୁଥିବା ପଲିଥିନ,କପଡ଼ା ଓ ଥରମାକୁଲ ଗୁଡ଼ିକୁ ରି ସଆଇକଇଲଇଂ କିମ୍ବା ବ୍ୟବହାର କରିବା ନିମନ୍ତେ କୌଣସି ସୁବିଧା ନଥିବାରୁ ସେଗୁଡିକୁ ସିଗିଡି ସାହି ନିକଟରେ ଥିବା ନଦୀପଠା ରେ ଜମା କରା ଯାଉଛି। ଯାହାଫଳରେ ଏବେ ସେଠାରେ ହଜାର ହଜାର କୁଇଣ୍ଟାଲ ର ପଲିଥିନ ଓ କପଡ଼ା ପଡି ରହିବା ସହ ପରିବେଶ ପ୍ରଦୂଷିତ କରିବା ସହ ନଦୀ ପାଣି ଦୂଷିତ ହେବା ସହ ସମୁଦ୍ର ଜଳରାଶି ମଧ୍ୟ ପ୍ରଦୂଷଣ ହେଉଥିବା ଦେଖିବାକୁ ମିଳିଛି। ଗୋପାଳପୁର ରୁ ପ୍ରତିଦିନ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁ କୁ ହରିଜନ ସାହି ଠାରେ ପ୍ରକ୍ରିୟା ପ୍ଲାଣ୍ଟ କୁ ନିଆ ଯାଉଥିବା ସହ ସେଠାରେ ଓଦା ଓ ଶୁଖିଲା ବସ୍ତୁ କୁ ଅଲଗା କରାଯାଇ ଖତ ପ୍ରସୂତ କରା ଯାଉଛି। କିନ୍ତୁ ସହରରୁ ବାହାରୁଥିବା ପଲିଥିନ, ପ୍ଲାଷ୍ଟିକ ବୋତଲ ସହ କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀର ରିସାଇକ୍ଲିଙ୍ଗ ପାଇଁ କୌଣସି ପନ୍ଥା ନଥିବାରୁ ସେଗୁଡିକୁ ନଦୀପଠା ରେ ବେଆଇନ ଭାବେ ଏନ ଏ ସି ପକ୍ଷରୁ କରାଯାଇଥିବା ଡମ୍ପିଂଓ୍ବାର୍ଡ ରେ ପ୍ରତିଦିନ ଗଦା କରା ଯାଉଛି। ଯାହାଫଳରେ ଶିଗିଡି ସାହି ସମେତ ହରିଜନ ସାହି ବାସିନ୍ଦା ମାନେ ଦୁର୍ଗନ୍ଧ ପରିବେଶ ଭିତରେ ଜୀବନ ବିତାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମାନୁସାରେ ନଦୀପଠା କିମ୍ବା ଜନବସତି ଅଞ୍ଚଳ ଠୁ ଦୁରରେ ଡମ୍ପିଂଓ୍ବାର୍ଡ କରିବା ନିୟମ ରହିଥିଲେ ସୁଦ୍ଧା ଗୋପାଳପୁର ରେ ଏହାର ଖୋଲାଖୋଲି ଉଲଂଘନ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗୋପାଳପୁର ର‌ ବରିଷ୍ଠ ନାଗରିକ ପଞ୍ଚୁ ବେହେରା ଙ୍କ ଅଭିଯୋଗ ଅନୁଯାୟୀ ଏନ ଏ ସି ପକ୍ଷରୁ ବେଆଇନ ଭାବେ ଏକ ବେସରକାରୀ ଜମିରେ ନଦୀପଠା କୁ ଲାଗିକରି ଡମ୍ପିଂଓ୍ବାର୍ଡ କରାଯାଇଛି,ଯାହା ସମ୍ପୂର୍ଣ୍ଣ ରୂପରେ ବେଆଇନ ଅଟେ। ଯାହାଫଳରେ ଉକ୍ତ ଅଞ୍ଚଳ ଅପରିଷ୍କାର ସହ ପ୍ରଦୂଷିତ ହେଉଛି।ଏହା ଫଳରେ ନଦୀରେ ମାଛଚାଷ କରୁଥିବା ଚାଷୀ କ୍ଷତି ସହିବାକୁ ପଡୁଥିବା ସହ ମାଛ ଆଦାୟ ମଧ୍ୟ କମିଯାଇଛି। ଏଣୁ ଜିଲ୍ଲା ପ୍ରଶାସନ ସମେତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥି ପ୍ରତି ନଜର ଦେଇ ନଦୀପଠା ରୁ ଡମ୍ପିଂଓ୍ବାର୍ଡ ଉଠାଇବାକୁ ଦାବି ଜଣାଇଛନ୍ତି।ଏହା ନେଇ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ସହ ଯୋଗାଯୋଗ ବେଳେ ହରିଜନ ସାହି ଠାରେ ଥିବା ପ୍ରକ୍ରିୟା କରଣ ପ୍ଲାଣ୍ଟ ରେ ଓଦା ଓ ଶୁଖିଲା ବର୍ଯ୍ୟବସ୍ତୁ କୁ ପ୍ରକ୍ରିୟା କରଣ କରାଯାଉଥିବା ବେଳ ଅନେକ ଅଦରକାରୀ ବର୍ଜ୍ୟବସ୍ତୁ କୁ ପୂର୍ବରୁ ବ୍ୟବହାର କରାଯାଉଥିବା ଡମ୍ପିଂଓ୍ବାର୍ଡ ରେ ପକାଯିବା ସହ ପର୍ଯ୍ୟାୟକ୍ରମେ ଏହାକୁ ସଫା କରାଯିବା ସହ ନଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories