Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାନ୍ଦପୁର ରେ ପରକିୟା ପ୍ରତିରୁ ହତ୍ୟା।ମହିଳା ସମେତ ବାପା ଓ ଦୁଇଭାଇ ଗିରଫ।

ଗୋପାଳପୁର,୨୨/୧୧ ଗୋଳନ୍ଥରା ଥାନା ଅନ୍ତର୍ଗତ ଚାନ୍ଦପୁର ରାସ୍ତା ର ସିହଳା ରେଳଫାଟକ ସନ୍ନିକଟ ଅଞ୍ଚଳର ଏକ ପରିତ୍ୟକ୍ତ କୂଅରୁ ଜରି ଗୁଡା ଅବସ୍ଥାରେ ଟୁଟୁ ନାୟକଙ୍କ ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଜି ଅଭିଯୁକ୍ତ ମହିଳା ସମେତ ମହିଳାଙ୍କ ବାପା ଓ ଦୁଇ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ହତ୍ୟା କାଣ୍ଡ ରେ ବ୍ୟବହୃତ କାଠ ଓ ଗୋଟିଏ କଟୁଆ ଜବତ କରିବା ସହ ପୋଖରୀ ପରିସରରୁ ଟୁଟୁ ଙ୍କ ମୋଟରସାଇକେଲ ଜବତ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦପୁର ବାଲି ସାହିର ବାପା ସନ୍ତୋଷ ଦାସ,ଝିଅ ସୁନିତା ଦାସ ଓ ଦୁଇ ପୁଅ କାହ୍ନା ଓ ଗଣେଶ ବୋଲି ପୁଲିସ ସୂଚନା ଦେଇଛି। ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ଅନୁଯାୟୀ ଗୋବିନ୍ଦପୁର ମୃତକ ଟୁଟୁ ନାଇକ ଙ୍କ ସହ ଚାନ୍ଦପୁର ର ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହି ଆସିଥିଲା। ଏହାକୁ ମହିଳାଙ୍କ ଙ୍କ ପରିବାର ପକ୍ଷରୁ ବିରୋଧ କରା ଯାଉଥିଲା। କିନ୍ତୁ ଟୁଟୁ ନାଇକ ଏହା ସତ୍ବେ ମହିଳା ଜଣଙ୍କୁ ହଇରାଣ କରି ଆସୁଥିଲେ।ଗତ ୧୮ ତାରିଖ ସନ୍ଧ୍ୟା ୭ ଟା ସମୟରେ ମହିଳା ଜଣଙ୍କ ଟୁଟୁ ଙ୍କୁ ଫୋନ ଯୋଗେ ଚାନ୍ଦପୁର ଆସିବା ପାଇଁ କହିଥିଲେ। ଟୁଟୁ ଫୋନ କଲ୍ ପାଇବା ପରେ ନିଜ ମୋଟରସାଇକେଲ ରେ ଚାନ୍ଦପୁର ରେ ପହଞ୍ଚିବା ପରେ ମହିଳା ଜଣଙ୍କ କୌଶଳ କ୍ରମରେ ଚାନ୍ଦପୁର ଠାରେ ଥିବା ଏକ ବିଦ୍ୟାଳୟ ପଛପଟୁ କୁ ନେଇ ଯାଇଥିଲେ। ପୂର୍ବରୁ ସେଠାରେ ମହିଳାଙ୍କ ବାପା ସମେତ ତିନି ଭାଇ ଛପି ରହିଥିଲେ।ଟୁଟୁ ସେଠାରେ ପହଞ୍ଚିବା ପରେ ଅତର୍କିତ ଭାବେ ସମସ୍ତେ ମିଶି କଟୁଆ ଓ କାଠରେ ମୁଣ୍ଡ କୁ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଟୁଟୁ ଙ୍କ ମୃତ୍ୟୁ ଘଟିବା ପରେ ଶବକୁ ଲୁଚାଇବା ପାଇଁ ଏକ ପ୍ଲାଷ୍ଟିକ ଜରି ରେ ଶବକୁ ଗୁଡାଇବା ସହ ସିହଳା ରାସ୍ତା ର ରେଳଫାଟକ ନିକଟରେ ଥିବା ଏକ‌ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲେ।ଏହା ସହ ଟୁଟୁ ବ୍ୟବହାର କରୁଥିବା ମୋଟରସାଇକେଲ କୁ ନିକଟସ୍ଥ ମଶାଣିବନ୍ଧ ରେ ଫୋପାଡି ଦେଇଥିଲେ।ଏହି ଘଟଣା ନେଇ ୧୯ ତାରିଖରେ ମୃତକ ଟୁଟୁ ଙ୍କ ସ୍ତ୍ରୀ ଙ୍କ ପକ୍ଷରୁ ଟୁଟୁ ନିଖୋଜ ରହିଥିବା ନେଇ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିଲେ।୨୦ ତାରିଖ ସକାଳ ସମୟରେ ଚାନ୍ଦପୁର ବିଦ୍ୟାଳୟ ସମ୍ମୁଖରୁ ଟୁଟୁ ବ୍ୟବହାର କରୁଥିବା ଚପଲ ସହ ଗାମୁଛା ଜବତ କରିବା ପରେ କୂଅ ପରିସରରୁ ପ୍ଲାଷ୍ଟିକ ରେ ଗୁଡା ଯାଇଥିବା ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତକ ଟୁଟୁ ଙ୍କ ମୋବାଇଲ ର କଲ ଡିଟେଲସ ରୁ ପୁଲିସ ମହିଳା ଙ୍କ ନିକଟରେ ପହଞ୍ଚିବା ପରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ କାବୁ କରିବା ସହ ପରକିୟା ପ୍ରିତି ଯୋଗୁଁ ପରିବାର ସଦସ୍ୟ ଯୋଜନାବଦ୍ଧ ଭାବେ ଟୁଟୁ କୁ ହତ୍ୟା କରିଥିବା ସିକ୍ବାର କରିଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଭାଇ ଫେରାର ରହିଥିବା ପୁଲିସ ସୂଚନା ଦେଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ