Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ହାଇସ୍କୁଲ ପରିସରରରେ ବ୍ୟାଡମିଣ୍ଟନ କୋର୍ଟ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ହାଇସ୍କୁଲରେ ବୁଧବାର ମୋ’ ସ୍କୁଲ ଅଭିଯାନ ତରଫରୁ ନିର୍ମିତ ଏକ ବ୍ୟାଡମିଣ୍ଟନ କୋର୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ପୁରାତନ ଛାତ୍ର ସଂଘ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଭୂଷଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ଅଭିଭାବକ ଓ ଅଭିଭାବିକାଙ୍କ ମଧ୍ୟରେ ବ୍ୟାଡମିଣ୍ଟନ ଖେଳ ଅନୁଷ୍ଠିତ ହୋଇଥିଲା । ଏଥି ପୂର୍ବରୁ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଅଧ୍ୟକ୍ଷତା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପାତ୍ର ଓ ଧର୍ମକୁମାର ଶତପଥୀ ଏଥିରେ ଯୋଗଦେଇ
ଅଭିଭାବକଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ବହୁ ଅଭିଭାବକ ଓ ଆଭିଭାବକା ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।