ଉଫୁଳା ହାଇସ୍କୁଲ ନିକଟସ୍ଥ ଖେଳ ପଡିଆରେ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ହାଇସ୍କୁଲ ନିକଟସ୍ଥ ଖେଳ ପଡିଆ ରେ ମା ‘ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧୁବାର ଉଦ୍ ଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ମୁଖ୍ୟ ଅତିଥି ଏବଂ କ୍ରୀଡାବିତ ଅରବିନ୍ଦ ଛତ୍ରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ୍ ଟି କାନପୁର ଓ ଟିଠୀପାଲି ମଧ୍ୟରେ ହୋଇଥିଲା। ଏଥିରେ କାନପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ହରାଇ ୬୩ ରନ କରିଥିବା ବେଳେ ଟିଠୀପାଲି ଦଳ ୭.୧ ଓଭର ରେ ୬ ଉଇକେଟ ହରାଇ ୬୪ ରନ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ଷଣ୍ଢା ଓ ଟାଙ୍ଗରସାହି ମଧ୍ୟରେ ହୋଇଥିଲା । ଏଥିରେ ଷଣ୍ଢl ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭର ରେ ୩ ଉଇକେଟ ହରାଇ ୬୭ ରନ କରିଥିବା ବେଳେ ଟାଙ୍ଗରସାହି ଆବଶ୍ୟକୀୟ ୬୮ ରନ କୁ ୪.୨ ଓଭର ରେ ୨ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍ ଟି କମଳପୁର ଓ କେନ୍ଦୁପାଲି ମଧ୍ୟରେ ହୋଇଥିଲା । ଏଥିରେ କେନ୍ଦୁପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରର ରେ ୫ ଉଇକେଟ ହରାଇ ୮୬ ରନ କରିଥିଲା । ଜବାବରେ କମଳପୁର ଦଳ ନିର୍ଦ୍ଧାରିତ ୬ ଓଭର ରେ ୯ ଉଇକେଟ ହରାଇ ୭୪ ରନ କରି ପରାସ୍ତ ହୋଇଥିଲା । ଚତୁର୍ଥ ମ୍ୟାଚ୍ ଟି ଉଫୁଲା ଓ ଦେଉଲମୁଣ୍ଡା ମଧ୍ୟରେ ହୋଇଥିଲା। ଏଥିରେ ଉଫୁଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୯ ଓଭର ରେ ୩ ଉଇକେଟ ହରାଇ ୯୧ ରନ କରିଥିବା ବେଳେ ଦେଉଳମୁଣ୍ଡା ଦଳ ନିର୍ଦ୍ଧାରିତ ୭ ଓଭର ରେ ୮ ଉଇକେଟ ହରାଇ ୬୮ ରନ କରି ପରାଜୟ ବରଣ କରିଥିଲା । ମ୍ୟାଚ୍ ଗୁଡ଼ିକ ରେ ସଚିନ ଭୋଇ ଓ ଅମିୟ ସେଠୀ ଅମ୍ପାୟାର , ଉତ୍ତମ ଖମାରୀ ସ୍କୋରର ଅବଂ ରତନ ଗୁରୁ ଧାରା ବିବରଣୀ ପ୍ରଦାନ କରିଥିଲେ।