Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ବୀରମହାରାଜପୁର ଡାକ୍ତରଖାନା ରୁ ଶୁଭାରମ୍ଭ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ପରିସରରୁ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି I ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସଞ୍ଜୟ ମହାପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ସଚେତନତା ରଥର I ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ବର୍ଣ୍ଣପ୍ରଭା ଜୁଏଡ ଙ୍କ ତତ୍ତ୍ଵାବଧାନରେ ବାହାରିଥିବା ରଥ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମକୁ ଯାଇ ପୁରୁଷ ବନ୍ଧ୍ୟା କରଣ ସମ୍ପକର୍କରେ ଲୋକଙ୍କୁ ସଚେତନ କରିବ I ଆୟୁଷ ଡାକ୍ତର ପ୍ରଣବ ମହାପାତ୍ର , ବିପିଏମ୍ ମହେନ୍ଦ୍ର ମିଶ୍ର , ବିଏଏମ୍ ଅଭିନlସ ହୋତା , ନିରଞ୍ଜନ ମିଶ୍ର , ବିଦ୍ୟୁତ ଖମାରି ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ