ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଅମରପାଲି ଠାରେ ଜିଲ୍ଲା ଏଚ.ଡି. ଏଫ. ସି ବ୍ୟାଙ୍କ ପକ୍ଷରୁ ବି. ସି କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନୀ ସଭାରେ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଓ ଏଚ.ଡି. ଏଫ. ସି ବ୍ୟାଙ୍କ ମ୍ୟାନେଜର ଦେବାଶିଷ ପାଣିଗ୍ରାହୀ ମୁଖ୍ୟବକ୍ତା , ବହଳ ପଦର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଗୋପାଳ ସେଠି ସମ୍ମାନିତ ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏସ. ସି ଜିଲ୍ଲା ମ୍ୟାନେଜର ରଜନୀ ରଞ୍ଜନ ସାହୁ ସଭାପତିତ୍ୱ କରିଥିବା ବେଳେ ଏରିଆ ମ୍ୟାନେଜର ଅରୁଣ କୁମାର ପଟ୍ଟନାୟକ ସହଯୋଗ କରିଥିଲେ l ଉକ୍ତ କେନ୍ଦ୍ର ଏଠାରେ ଶୁଭାରମ୍ଭ ହେବାରୁ ଅଞ୍ଚଳର ଜନସାଧାରଣ ବିଭିନ୍ନ ବ୍ୟବସାୟ କରିବାରେ ଉପକୃତ ହେବେ ବୋଲି ଅତିଥି ଗଣ ପ୍ରକାଶ କରିଛନ୍ତି। ବ୍ୟାଙ୍କ କର୍ମଚାରୀ ଫିରୋଜ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l
ଅମରପାଲି ରେ ଏଚ୍. ଡି. ଏଫ. ସି ବ୍ୟାଙ୍କ ର ବି. ସି କେନ୍ଦ୍ର ଉଦଘାଟିତ
