Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାନ୍ଦପୁର ରେ ପରକିୟା ପ୍ରତିରୁ ହତ୍ୟା ଘଟଣା।ପଞ୍ଚମ ଅଭିଯୁକ୍ତ ଗିରଫ।

ଗୋପାଳପୁର,୨୩/୧୧ ଗୋଳନ୍ଥରା ଥାନା ଅନ୍ତର୍ଗତ ଚାନ୍ଦପୁର -ସିହଳା ରାସ୍ତା ର ରେଳ ଫାଟକ ସନ୍ନିକଟ ଏକ ପରିତ୍ୟକ୍ତ କୂଅରୁ ମିଳିଥିବା ମୃତ ଦେହ ଘଟଣାରେ ସମ୍ପୃକ୍ତ ରହିଥିବା ପଞ୍ଚମ ଅଭିଯୁକ୍ତ କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଚାନ୍ଦପୁର ର ରାଜେନ୍ଦ୍ର ଦାସ(୨୧) ବୋଲି ପୁଲିସ ସୂଚନା ଦେଇଛି।ଏହି ଘଟଣାରେ ବୁଧବାର ଦିନ ଜଣେ ମହିଳା ସୁନିତା ଦାସ ସମେତ ବାପା ସନ୍ତୋଷ ଦାସ ଓ ଦୁଇ ଭାଇ କାହ୍ନା ଓ ଗଣେଶ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୃତ ଟୁଟୁ ଙ୍କ ସହ ଚାନ୍ଦପୁର ର ସୁନୀତା ଙ୍କ ସହ ଏକ ତରଫା ପ୍ରିତି ରହିଥିଲା। ଯାହାକୁ ସୁନୀତା ସମେତ ତାଙ୍କ ପରିବାର ବିରୋଧ କରି ଆସୁଥିଲେ।ଗତ ୧୮ ତାରିଖରେ କୌଶଳ କ୍ରମେ ସୁନିତା ଟୁଟୁ ନାଇକ କୁ ଚାନ୍ଦପୁର ବିଦ୍ୟାଳୟ ନିକଟକୁ ଆସିବାକୁ ଫୋନ କରିଥିଲେ। ଏଥିରେ ଟୁଟୁ ରାଜି ହୋଇ ସେଠାରେ ପହଞ୍ଚିଥିଲେ। କିନ୍ତୁ ପୂର୍ବ ପ୍ରସୃତି ଅନୁଯାୟୀ ସୁନିତା ଙ୍କ ବାପା ସମେତ ତିନି ଭାଇ ସେଠାରେ ଛପି ରହିଥିଲେ। ଟୁଟୁ ପହଞ୍ଚିବା ପରେ ସେମାନେ ହାତରେ ଧରିଥିବା କାଠ ଫାଳିଆ ସହ କଟୁଆ ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ଟୁଟୁ ଙ୍କ ମୃତ୍ୟୁ ଘଟିଥିଲା।ପରେ ଶବକୁ ଲୁଚାଇବାକୁ ଟୁଟୁର ମୃତ୍ୟୁ ଦେହ କୁ ଏକ ପ୍ଲାଷ୍ଟିକ ଜରି ରେ ଗୁଡ଼ାଇ କୂଅରେ ଫୋପାଡି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories