Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲିଆଗଡ଼ ପେଟ୍ରୋଲ ପମ୍ପ ନିକଟରେ ସ୍କୁଟି କୁ ଧକ୍କା ଦେଲା ଟ୍ରକ, ନାବାଳିକା ଶାଳୀ ମୃତ, ଭିଣୋଇ ଗୁରୁତର।

ଗୋପାଳପୁର,୨୩/୧୧ ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ରେ ସ୍କୁଟି କୁ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଏଥିରେ ସ୍କୁଟିରେ ବସିଥିବା ନାବାଳିକା ଶାଳୀର ମୃତ୍ୟୁ ଘଟିଥିବା ବେଳେ ଭିଣୋଇ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମୃତକ ନାବାଳିକା ଜଣଙ୍କ ହେଲେ ଜରଡ଼ା ଥାନା ଅଧୀନ ସୁବର୍ଣ୍ଣପୁର ଗାଁର ଲିପା ପ୍ରଧାନ (୧୫) ଏବଂ ଆହତ ଭିଣୋଇ ଟୁନା ପ୍ରଧାନ ବୋଲି ପୋଲିସ ସୂଚନା ଦେଇଛି l ଆଜି ଅପରାହ୍ନରେ
ଶାଳୀ ଓ ଭିଣୋଇ ଏକ ସ୍କୁଟି(ଓଡି ୦୭ଏଏଚ ୦୮୫୨) ଯୋଗେ ଗୋପାଳପୁର ରୁ ଜରଡ଼ା ଅଭିମୁଖେ ଯାଉଥିବା ବେଳେ ଭାଲିଆଗଡ଼ ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥ ରେଏକ ଟ୍ରକ (ଟିଏନ୍୩୪ ଏ ବି ୩୮୧୧) ପଛପଟୁ ସ୍କୁଟି କୁ ଧକ୍କା ଦେଇଥିଲା । ଯାହାଫଳରେ ଲିପା ରାସ୍ତା ରେ ଛିଟିକି ପଡ଼ିବା ସହ ଟ୍ରକ ଟି ଲିପା ଙ୍କ ଉପରେ ମାଡି ଯାଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ଲିପା ଙ୍କ ମୃତ୍ୟୁ ଘଟିଥିଲା । ଏବଂ ସ୍କୁଟି ଚଳାଉ ଥିବା ଭିଣୋଇ ଟୁନା ଗୁରୁତର ଆହତ ହୋଇଥିଲେ l ଦୁର୍ଘଟଣା ପରେ ଗୋଳନ୍ଥରା ପୋଲିସ ଗୁରୁତର ଟୁନା ଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ପଠାଇଥିଲେ। ମୃତ ଲିପାର ଦେହକୁ ଗୋଳନ୍ଥରା ପୋଲିସ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠେଇ ଥିବା ବେଳେ ଦୁର୍ଘଟଣା ଘଟେଇ ଥିବା ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଥିବା ପୋଲିସ ସୂଚନା ଦେଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories