Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗୋପାଳପୁର ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

ଗୋପାଳପୁର ୨୩/୧୧ ଗୋପାଳପୁର ବିଜେପି ପକ୍ଷରୁ ଆଜି ରାଜ୍ୟରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ଥାନୀୟ ଏନ ଏ ସି ସମ୍ମୁଖରେ ବିକ୍ଷୋଭ ପଦର୍ଶନ ପୂର୍ବକ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କୁ ରାଜ୍ୟପାଳ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l ବିଜେପି ନେତା ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ମାନେ ସ୍ଥାନୀୟ ତୋଟାଲାଆମ୍ମା ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଏନ ଏ ସି କାର୍ଯାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପଦର୍ଶନ କରିଥିଲେ l ଦାବିରେ ମତ୍ସଜୀବିଙ୍କ ପାଇଁ ନିର୍ମାଣ ହୋଇଥିବା ଶୁଖୁଆ ପ୍ରକିୟା କରଣ ପ୍ରକଳ୍ପକୁ ଭାଙ୍ଗି ଦେବା, ମୁହାଁଣ ଖନନରେ ଅର୍ଥ ହଡପ କରିବା, ପାନ୍ଥନିବାସ ଅଧୀନରେ ଥିବା ସରକାରୀ ଜମିକୁ ଘରୋଇ ହୋଟେଲକୁ ପ୍ରଦାନ କରିଦେବା, ସହରରେ ଡ୍ରେନଜ ଅବ୍ୟବସ୍ଥା ଯେlଗୁଁ ନାଳ ପାଣିରେ ରାସ୍ତାରେ ଜମା ହେବା, ପାର୍କିଂ ବ୍ୟବସ୍ଥା ନଥିବାରୁ ସାହି ମାନଙ୍କ ରେ ଘର ସମ୍ମୁଖରେ ଗାଡ଼ି ପାର୍କିଂ କରିବା, ସ୍ବଦେଶ ଦର୍ଶନ ଯୋଜନାରେ ଆସିଥିବା ଅର୍ଥ ଇକୋ ରିଟ୍ରିଟ ସେଣ୍ଟର ପାଇଁ ଖର୍ଚ୍ଚ ହୋଇଥିଲେ ମଧ୍ୟ ଆଜି ଯାଏଁ ଏହା ଲୋକାର୍ପିତ ନହେବା ସହ ଓ କାଠ ପୋଲ ଭାଙ୍ଗି ନଷ୍ଟ ହେବା, ବିଚ ସେକ ନିର୍ମାଣ ବନ୍ଦ କରିବା, ଲକ୍ଷାଧିକ ଟଙ୍କାରେ କିଣା ଯାଇଥିବା କେଫେ କେବିନ ନଷ୍ଟ ହୋଇଯିବା, ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବା, ସ୍ଥାନୀୟ ଅଂଚଳରେ ଦୀର୍ଘ ବର୍ଷ ହେଲା ଚାଲିଥିବା ବାଳିକା ଉଚ୍ଚ ବିଦ୍ୟାଳୟ ବନ୍ଦ କରିବା, ରାସନକାର୍ଡ,ଗୃହ, ବାର୍ଦ୍ଧକ୍ୟ, ବିଧବାଭତ୍ତା, ଶ୍ରମ କାର୍ଡ ବଣ୍ଟନରେ ପାତରଅନ୍ତର ନୀତିକୁ ବନ୍ଦ କରିବା, ଗୋପାଳପୁର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ,ଏ ୧ ଶୌଚାଳୟ କୁ ମାଗଣା ବ୍ୟବହାର ନିମନ୍ତେ ପଦକ୍ଷେପ ନେବା, ନିର୍ମାଣ ହୋଇଥିବା ଦିବ୍ୟାଙ୍ଗ ଶୌଚାଳୟକୁ କାର୍ଯ୍ୟକ୍ଷମ କରିବା, ବେଳାଭୂମିରେ ଆଲୋକୀକରଣ ସହ ସିସି କ୍ୟାମେରା ବ୍ୟବସ୍ଥା,ସଫେଇ କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ ଆଦିକୁ ନେଇ ଦାବଗ ପତ୍ର ପ୍ରଦାନ କରିଥିଲେ l ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେପି ସଭାପତି ଡା. ସୁବାଷ ସାହୁ,ଏନ ଏ ସି ସଭାପତି ପଞ୍ଚୁ ବେହେରା, ବି. ରାମାରାଓ, ଜି. କୁର୍ମା, ରଘୁ ବେହେରା, ବାବୁଲି ଗନ୍ତାୟତ, ଅଙ୍କା କ୍ରୀଷ୍ଣା, କେ. କାଲେଶୁଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସଦର ଏସ ଡ଼ି ପି ଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସମେତ ୧୦ ଜଣ ଅଫିସର ଓ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories