Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ମାସ ନଭେମ୍ବର ୨୫ ଏବଂ ୨୬ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମ୍ବାଦିକ ଓ ଗଣ ଯୋଗାଯୋଗା ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ସମ୍ମିଳନୀ

ଗୋପାଳପୁର,୨୩/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମ୍ବାଦିକ ଓ ଗଣ ଯୋଗା ଯୋଗ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଜାତୀୟ ସମ୍ମିଳନୀ । ଏହି ଜାତୀୟ ସମ୍ମିଳନୀ ଚଳିତ ମାସ ର ଶେଷ ପର୍ଯ୍ୟାୟ ରେ ଯଥା ନଭେମ୍ବର ୨୫ ଓ ୨୬ ରେ ଧାର୍ଯ୍ୟ କରାଯାଇଛି । ଏହି ସମ୍ମିଳନୀ ରେ ସାରା ଦେଶ ରୁ ପ୍ରାୟେ ୧୦୦ ରୁ ଅଧିକ ଅଂଶ ଗ୍ରହଣ କାରୀ ମାନେ ଯୋଗଦେବେ ଯାହା ସୂତ୍ରରୁ ଜଣା ପଡ଼ିଥିବା ବେଳେ ଏଥିରେ ପ୍ରଫେସର୍ ଉଜ୍ବଳ ଚୌଧୁରୀ ଏବଂ ପ୍ରଫେସର୍ ପୀତବାସ ପ୍ରଧାନ ମୁଖ୍ୟ ଭୂମିକା ଗ୍ରହଣ କରିବେ । ସମ୍ମିଳନୀ ର ଦ୍ୱିତୀୟ ଦିବସରେ ଯଥା ନଭେମ୍ବର ୨୬ ତାରିଖ ଅପରାହ୍ନ ପ୍ରାୟେ ୨:୩୦ ରୁ ନେଇ ୩:୩୦ ପର୍ଯ୍ୟନ୍ତ ଭୁବନେଶ୍ୱର ର ପୂର୍ବତନ ଏନ୍. ଡି. ଟିଭି ର ବ୍ୟୁର ଚିପ୍ ତଥା ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସମେତ ବିଭିନ୍ନ ଗଣ ଯୋଗାଯୋଗ ଙ୍କ ସହିତ ଆଲୋଚନା ଚକ୍ର କରିବେ । ଜାତୀୟ ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବିଶ୍ଵ ବିଦ୍ୟାଳୟ ର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସମେତ ଛାତ୍ର ଛାତ୍ରୀ ଙ୍କ ଗହଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories