ପଞ୍ଚମହଲl ହାଇସ୍କୁଲ ରେ ଉଲୁଣ୍ଡା ବ୍ଲକ ସ୍ତରୀୟ ବିଜ୍ଞାନ , ଗଣିତ ଏବଂ ପରିବେଶ ମେଳା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମହଲା ଶ୍ରୀ ଗଣେଶ୍ୱର ହାଇସ୍କୁଲରେ ଗୁରୁବାର ବ୍ଲକ ସ୍ତରୀୟ ବିଜ୍ଞାନ , ଗଣିତ ଏବଂ ପରିବେଶ ମେଲା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଲୁଣ୍ଡା ବ୍ଲକ ର ପ୍ରାୟ ୧୭ ଟି ହାଇସ୍କୁଲ ଏବଂ ୫୭ ଟି ଉଚ୍ଚପ୍ରାଥମିକ ବିଦ୍ଯାଲୟର ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ୧୨୫ ଟି ପ୍ରୋଜେକ୍ଟ ପ୍ରଦର୍ଶନ କରାଯାଇଥିଲା । ବିଇଓ ଗୋଲକ ବିହାରୀ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ ଝସକେତନ ବଘାର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ନରେନ୍ଦ୍ର ପାଣ୍ଡିଆ ଯୋଗଦେଇଥିଲେ । ବିଚାରକ ଭାବେ ରାଜେନ୍ଦ୍ର କୁମାର ମିଶ୍ର ଏବଂ ଶୁରଥ ବାରିକ ଯୋଗ ଦେଇଥିଲେ। ସେହିପରି ଉଦଯାପନୀ ସମାରୋହରେ ମୁଖ୍ଯ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ଯକ୍ଷା ଶାନ୍ତିଲତା ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ବିଡିଓ କରିଶ୍ମା ବେଶ୍ରା , ସ୍ଥାନିୟ ସରପଞ୍ଚ ଅଶୋକ ପଣ୍ଡା , ସମିତିସଭ୍ୟା ରେବତୀ ଶୁରୁଜାଲ ପ୍ରମୁଖ ମଞ୍ଚାସୀନ ଥିଲେ l ପ୍ରଧାନ ଶିକ୍ଷକ ଲାଲବାବୁ ସେଠି ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶର୍ବେସ୍ବର ପୂଝାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ପରିଚାଳନା ପୂର୍ଣ୍ଣଚନ୍ଦ୍ର ପାଢ଼ୀ କରିଥିବା ବେଳେ ରୋହିତ ଦଣ୍ଡସେନା ଧନ୍ଯବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ୍ୱର ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।