ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଏହେସାସ ତାଇକଣ୍ଡୋ ଏକାଡେମୀ କୁ 16 ପଦକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀ ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ରେ ସଫଳତା ହାସଲ କରିଛି । ଉକ୍ତ ପ୍ରତିଯୋଗିତାରେ ଏକାଡେମୀର ଖେଳାଳୀଙ୍କୁ ୧୬ ଗୋଟି ପଦକ ମିଳିଥିବା ଜଣାଯାଇଛି । ରାଜ୍ୟ ତାଇକଣ୍ଡୋ ସଂଘ ପକ୍ଷରୁ ପୁରୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ଏହେସାସ ତାଇକଣ୍ଡୋ ଏକାଡେମୀର ୨୭ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଓମପ୍ରକାଶ ସେଠୀ ଏବଂ ରାଜଲକ୍ଷ୍ମୀ ସାହୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ତଥାସ୍ତୁ ସାହୁ , ଭିଭାନ ଚୌଧିରୀ , ପାୟଳ ଧରୁଆଙ୍କୁ ସିଲଭର ମେଡାଲ ମିଳିଛି l ସେହିଭଳି ପ୍ରୀୟଦର୍ଶନୀ କର , ସାଇ ଶୁଭମ , ତନୟା ପଟ୍ଟନାୟକ , ତାସା ନାଏକ , କ୍ରିଷ୍ଣା କୁଦେଇ , ଶିଧାନ୍ତ ପୁରୋହିତ , ଅର୍ପିତା ପ୍ରଧାନ , ବିନାୟକ ଛନ୍ଦ , ଅଙ୍କିତ ମହାକୁର , ଲଭମ ସା , କ୍ରୀଷ୍ଣା କୁଦେଇଙ୍କୁ ବ୍ରୋଂଜ ମେଡାଲ ମିଳିଥିବା ଜଣାଯାଇଛି । ଖେଳାଳୀଙ୍କ ଏହି ସଫଳତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ ସଭାପତି ରବୀନ୍ଦ୍ର ହୋତା ଏବଂ ସଂପାଦକ ଏହେସାସ ହୋତା ସମସ୍ତ ପଦକ ଜିଣିଥିବା ଖେଳାଳୀ ଏବଂ କୋଚ ଅନ୍ୱେଶ ହୋତା , ମହେନ୍ଦ୍ର ରଣା , ମନିଷ ମହାନ୍ତୀ , ହର୍ଷିତା ନାଏକ , ସୁରଜ ପଟ୍ଟନାୟକ , ବିଶ୍ୱରଂଜନ ସାହୁ ପ୍ରମୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।