Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ସଲ୍‌ମାନ ଓ ଐଶ୍ବର୍ଯ୍ୟା

ମୁମ୍ବାଇ: ସଲ୍‌ମାନ ଓ ଐଶ୍ବର୍ଯ୍ୟା। ବଲିଉଡ୍‌ର ଚର୍ଚ୍ଚିତ ତଥା ବିବାଦୀୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ସଲମାନ ଓ ଐଶ୍ବର୍ଯ୍ୟାଙ୍କ ଯୋଡିକୁ ‘ହମ୍‌ ତୁମ୍‌ହାରେ ହେଁ ସନମ୍‌’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ୨୦୦୨ରେ ମୁକ୍ତିଲାଭ କରିଥିଲା। ଏହା ପରଠୁ ଆଉ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନି। ଉଭୟଙ୍କ ଅଭିନୀତ ସବୁଠୁ ଚର୍ଚ୍ଚିତ ଚଳଚ୍ଚିତ୍ର ହେଉଛି ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’।

ତେବେ ନିକଟରେ ‘ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ୍‌ ସେଣ୍ଟର’ (NMACC) ର ଲଞ୍ଚ ଇଭେଣ୍ଟରେ ଏହି ଦୁଇ ତାରକାଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଉଭୟଙ୍କ ପ୍ରଶଂସକ ବେଶ୍‌ ଖୁସି ଅନୁଭବ କରିଥିବା ଜଣାପଡ଼ିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଦୁଇ ଦିନ ଧରି ଚାଲିଥିବା ଅମ୍ବାନୀ ପରିବାରର ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ଅନେକ ଷ୍ଟାର ଅଂଶଗ୍ରହଣ କରିଥିଲେ। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗୋଟିଏ ଫ୍ରେମ୍‌ରେ ସଲ୍‌ମାନ ଓ ଏଶ୍ବର୍ଯ୍ୟାଙ୍କ ଫଟୋ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଉଲ୍ଲେଖ ଥାଉ କି ଉକ୍ତ ଫଟୋ ବିଷୟରେ ଉଭୟ ଅବଗତ ନୁହନ୍ତି।