Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ଦଳ ପକ୍ଷରୁ ତୁଳସୀ ସତ୍ୟାଗ୍ରହ ଅଭିଯାନ ଡୋଙ୍ଗରିଗୁଡା ରୁ ଆରମ୍ଭ

କୋକସରା:୨୪/୧୧ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଓଡିଶା ରାଜ୍ୟର ୩୦ ଜିଲ୍ଲା ରେ ଜଗନ୍ନାଥ ସଂସ୍କୃତି ପାଇଁ ତୁଳସୀ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହି ସତ୍ୟାଗ୍ରହ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଗନ୍ନାଥ ମନ୍ଦିର ର ୪ ଟି ଦ୍ୱାର ଖୋଲିବା,ମହା ପ୍ରସାଦ କୁ ମାଗଣା ରେ ଯୋଗାଇଦେବା ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର ର ସମ୍ପତ୍ତି କୁ ଗଣନା କରି ଲୋକ ଲୋଚନକୁ ଅଣାଯିବା ନେଇ ଲୋକଙ୍କୁ ସଚେତନ ବାର୍ତ୍ତା ଦେବା।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କମିଟିର ସଭାପତି ଲିଙ୍ଗରାଜ ବେହେରା ଙ୍କ ନେତୃତ୍ୱରେ ଗୁରବାର ରେଙ୍ଗାଳପାଲି ପଞ୍ଚାୟତ ଡୋଙ୍ଗରିଗୁଡା ଜଗନ୍ନାଥ ମନ୍ଦିର ରୁ ତୁଳସୀ ସଂଗ୍ରହ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। ଏହି ସଂଗ୍ରହୃତ ତୁଳସୀ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରାଯିବା ନେଇ ସୂଚନା ମିଳିଛି। ଏହି ଅବସର ରେ କଂଗ୍ରେସ କୋକସରା ଯୋନ ସଭାପତି କମଳ ଲୋଚନ ନାଏକ,କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ନାଏକ,ଲିଙ୍ଗରାଜ ଶବର,ତ୍ରିଲୋଚନ ଶବର ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। କଂଗ୍ରେସ ର କର୍ମକର୍ତ୍ତା ମାନେ ଘର ଘର ବୁଲି ତୁଳସୀ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି ।ଏହି ସତ୍ୟାଗ୍ରହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ବ୍ଲକ ସଭାପତି ସୁଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ