Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଶଲି ଟେଲିଫିଲ୍ମ ଛାଡଖାଇ କୁନିଆ ର ଶୁଭମୁକ୍ତି

ବୀରମହାରାଜପୁର : ସୋନପୁରିଆ ମନୋଜ କ୍ରିଏସନ୍ ତରଫରୁ କୋଶଲି ଟେଲି ଫିଲ୍ମ” ଛାଡଖାଇ କୁନୁଆ” ର ଶୁଭମୁକ୍ତି ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ହୋଇଥିଲା ।ଏ ଫିଲ୍ମ ରେ ଆମ ସାମାଜିକ ପାରମ୍ପରିକ ପର୍ବ ଛାଡ଼ଖାଇ ର୍ ପାଳନ ,ତଥା ଆମ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ପ୍ରାୟସ କରାଯାଇଛି। ଏହାର ପ୍ରଯୋଜକ ଦିବ୍ୟ ମେହେର , ଲେଖକ ଓ ନିର୍ଦେଶକ ସୋନପୁରିଆ ମନୋଜ ଏବଂ ଆୟୋଜକ ଯିତେନ୍ଦ୍ର ଚାନ୍ଦ , ରଞ୍ଜିତ ମେହେର , ପ୍ରାଣବନ୍ଧୁ ଭୋଇ ଅଛନ୍ତି । ବିଶେଷ ସହଯୋଗ କରିଛନ୍ତି କର୍ଣ୍ଣ ମହାନନ୍ଦ, ପ୍ରଶାନ୍ତ ।କେମେରା ମ୍ୟାନ ଅଜିତ ଫଟୋଗ୍ରାଫି, ରୋଶନ ,।ବରିଷ୍ଠ ସମ୍ବଳପୁରୀ କଳାକାର ନିର୍ମଳ ସିଂହ , ଲକ୍ଷ୍ମଣ ମେହେର , ସୁଭାଷ , ସୁଶାନ୍ତ , କୁର୍ପା , ଆନନ୍ଦ , ଅନିଶ , ଶ୍ରବଣ , ଭକ୍ତ, ରାକେଷ୍ , ଅନିମା , ଳିନୁ , ପିଙ୍କି ଅଭିନୟ କରିଛନ୍ତି ।ଏହି ଫିଲ୍ମ କୁ ସମସ୍ତଙ୍କୁ ଏକ ବାର୍ତ୍ତା ଦେବ ବୋଲି ଆୟୋଜକ ଯିତେନ୍ଦ୍ର ଚାନ୍ଦ କହିଛନ୍ତି।