Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଏନଏସିରେ ଆମ ପୋଖରୀ ଯୋଜନା, ରାଜ୍ୟ ସରକାରଙ୍କ ତିନି ଜଣ ପ୍ରତିନିଧି ଦଳଙ୍କ ପ୍ରଶିକ୍ଷଣ ପ୍ରଦାନ

ଗୋପାଳପୁର ୨୪/୧୧ ରାଜ୍ୟ ସରକାରଙ୍କ ଆମ ପୋଖରୀ ଯୋଜନାରେ ଦୁଇଟି ପୋଖରୀର ନବୀକରଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଛି l ଗୋପାଳପୁର ଏନଏସିରେ ଥିବା ଚିଲିକେଶ୍ଵର ମନ୍ଦିର ନିକଟରେ ଥିବା ବଡ ବନ୍ଦ ଓ ୭ ନମ୍ବର ୱାର୍ଡ଼ର ହରିଜନ ସାହିରେ ଥିବା ପିଲା ଖାଇ ବନ୍ଦ ପୁନଃଉଦ୍ଧାର ଓ ନବୀକରଣ ନିମନ୍ତେ ଦୁଇଟି ମହିଳା ସଂଘକୁ ଦାୟିତ୍ୱ ପ୍ରଦାନ କରାଯାଇଛି l ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଆଜି ୩ ଜଣ ପ୍ରତିନିଧି ଦଳ ଗୋପାଳପୁର ରେ ପହଞ୍ଚି ଶ୍ରୀଦୁଗାଁ ଓ କଳ୍ପନା ମହିଳାସଂଘର ମହିଳା ମାନଙ୍କୁ ଆମ ପୋଖରୀ ଯୋଜନାର କିଭଳି ପୁନଃଉଦ୍ଧାର ଓ ନବୀକରଣ କରାଯିବ ତାହାରି ଉପରେ ପ୍ରଶିକ୍ଷଣ ଦେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ l ପ୍ରମାଣ ପତ୍ର ପ୍ରଦାନ ବେଳେ ରାଜ୍ୟ ସରକାର ପକ୍ଷରୁ ଉପଦେଷ୍ଟା ଦେବ ସୁନ୍ଦର ମହାପାତ୍ର, ରାଜ୍ୟ ମିଶନର ଡ଼. ମନମୋହନ ମହାରଣା,ରାଜ୍ୟ ମିଶନ ମେନେଜର ଜଳ ପୁନଃ ଉଦ୍ଧାରର ସ୍ମୃତି ରଞ୍ଜନ ସିଂ, ପି ଡ଼ି ଡୁଡା ନୀଳ ମାଧବ ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ,କନିଷ୍ଠ ଯନ୍ତ୍ରୀ ମନୋଜିତା ରଥ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଦୁଇଟି ବନ୍ଦର ପୁନଃଉଦ୍ଧାର ପାଇଁ ଶୁଭ ଦିଆଯାଇଥିଲା l ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ଦୁଇଟି ପୋଖରୀର ନିମନ୍ତେ ୧୫ ଲକ୍ଷ୍ ଓ ୧୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି l ଚଳିତ ମାସ ଶେଷରୁ କାମ ଆରମ୍ଭ ହେବ, ଏକ ମାସ ମଧ୍ୟରେ ପୁନଃଉଦ୍ଧାର, ନବୀକରଣ ସହ ଚତୃପାର୍ଶ୍ଵ ସୌନ୍ଦର୍ଯ୍ୟ କରିବା ପାଇଁ କୁହାଯାଇଥିବା ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories