Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଜାତୀୟ ସମ୍ମିଳନୀ ଉଦଘାଟନ

ଗୋପାଳପୁର, ୨୪/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆଜି ପଦାର୍ଥ ବିଜ୍ଞାନ ବିଭାଗର ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଉଦଘାଟନ କରିଥିଲେ l ଏହି ଅବସରରେ କୁଳପତି କହିଥିଲେ ବିଶ୍ଵବିଦ୍ୟାଳୟରେ ଗବେଷଣାକୁ କିଭଳି ଉନ୍ନତ କରାଯିବା ସହ ସୈଖିକ ବାତାବରଣ ରେ ଉନ୍ନତି ଦିଗରେ ଗୁରୁତ୍ୱ ଦେଇଥିଲେ l ଏହି ସମ୍ମିଳନୀର ‘ ‘ଜଡ ବିଜ୍ଞାନ ବିଭାଗରେ ପଦାର୍ଥ ବିଜ୍ଞାନର ଉଦୀୟମାନ ଗବେଷଣାତ୍ମକ’ (ରିସେଣ୍ଟ ଆଡ଼ଭାନ୍ସ ଇନ ମେଟେରିୟାଲସ ଏଣ୍ଡ ପ୍ରାଟିକ ଫିଜିସ ) ଶୀର୍ଷକ ଉପରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲିକତା ଆଇଜରର ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଭାରତୀୟ ଗବେଷଣା ଓ ଅନ୍ୟ ଦେଶର ଗବେଷଣା ବିଷୟରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଆଇ ଓ ପି ର ପ୍ରଫେସର କରୁଣାକର ନନ୍ଦ ଯୋଗ ଦେଇ ଚୀନ ର ଗବେଷଣା ଓ ଭାରତୀୟ ଗବେଷଣା ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଆଲୋକପାତ କରିଥିଲେ। ବକ୍ତା ଭାବେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟର ପ୍ରଫେସର ରୁକ୍ମିଣୀ ମହନ୍ତ ଯୋଗ ଦେଇ ଭାରତୀୟ ଗବେଷଣାରେ ନାରୀଙ୍କ ସଂଖ୍ୟାରେ ବୃଦ୍ଧି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ସେମାନଙ୍କ ମନରେ ଗବେଷଣା ପ୍ରତି ଉତ୍ସାହ ସ୍ତୃଷ୍ଟି କରିଥିଲେ। ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ପାଠପଢ଼ା ସହ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ l କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ l ଏଥିରେ ୧୫୦ ଜଣ ପଞ୍ଜିକୃତ କରିଥିଲେ l ଏହି ଅବସରରେ ବିଭାଗ ପକ୍ଷରୁ ପୁସ୍ତିକା ଉନ୍ମୋଚନ ହୋଇଥିଲା l ଶେଷରେ ସହ ସଂଯୋଜକ ଡ଼. ଶଶି ଶେଖର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଛାତ୍ର ଛାତ୍ରୀ, ଗବେଷକ, ଗବେଷିକା, , ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ